ଦୁର୍ନୀତି, ବ୍ୟଭିଚାର ଓ କଳାଟଙ୍କାର ପାହାଡ ଉପରେ ବସି ମୁଖ୍ୟମନ୍ତ୍ରୀଙ୍କ ଅରଣ୍ୟ ରୋଦନ : ମନୋଜ ମହାପାତ୍ର

0
  •  “କେନ୍ଦ୍ରୀୟ ଅବହେଳା” କଥା କହି ନିଜ ବିଫଳତାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ

  •  ରାଜ୍ୟବାସିଙ୍କ ସେବା ପାଇଁ ନୁହେଁ, କ୍ଷମତା ଜାବୁଡି ଧରିବା ହେଉଛି ଶାସକ ବିଜେଡିର ମୂଳ ଆଭିମୁଖ୍ୟ

  •  କୃଷି-ଶିଳ୍ପମାରଣ ନୀତି କାରଣରୁ ରାଜ୍ୟରେ ଥିବା କଳ କାରଖାନା ବନ୍ଦ ହୋଇପଡିଥିବାବେଳେ ବ୍ୟାପକ ସଂଖ୍ୟାରେ ମଦ କାରଖାନା ତିଆରି କରିଛି ବିଜେଡି ସରକାର

  •  ୨୦୧୮ ମସିହାରେ ମହାନଦୀର ତଳ ମୁଣ୍ଡରେ ୭ଟି ବ୍ୟାରେଜ ନିର୍ମାଣ କରିବା ପାଇଁ ଦେଇଥିବା ପ୍ରତିଶୃତି କୁଆଡେ ଗଲା?

  •  ମଦ, ଗଂଜେଇ, ବ୍ରାଉନସୁଗାର, କୋକେନ, ସାପ ଗରଳ ଭଳି ବିଷାକ୍ତ ନିଶା ପଦାର୍ଥର ହବ୍ ପାଲଟିଛି ନବୀନ ଓଡିଶା

  •  ରାଜ୍ୟର ମଦ ନୀତିକୁ “ସାହୁ ବ୍ରଦର୍ସ ଆଣ୍ଡ କୋ’ ନିୟନ୍ତ୍ରଣ କରୁଛନ୍ତି

  •  ବରଗଡରେ ଗୁଡ୍ଡୁ ମୁସଲିମଠାରୁ ଯାଜପୁରରେ ଇସାନ ବୁଖାରୀ ଭଳି ଦୁର୍ଦାନ୍ତ କାଶ୍ମୀରୀ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି ନବୀନ ଓଡିଶା

  •  ମହିଳା, ଯୁବ, କୃଷକ ଓ ଗରୀବଙ୍କୁ ବାରମ୍ବାର ଧୋକା ଦେଇ ଆସୁଥିବା ବିଜେଡି ସରକାର ମାନ୍ୟବର ନ୍ୟାୟାଳୟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ୱେ କାହିଁକି ରତ୍ନଭଣ୍ଡାର ଖୋଲୁ ନାହାନ୍ତି ?

  •  ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଂଟି ଉପରେ ଦିନକୁ ଦିନ ଓଡିଶାବାସୀଙ୍କ ଆସ୍ଥା ବଢୁଥିବାରୁ ବିଜେଡି ଭୟଭୀତ ହୋଇ ନିର୍ବାଚନ ପୂର୍ବରୁ ଏଭଳି ଭେଳିକି ଦେଖାଉଛି

ଭୁବନେଶ୍ୱର, ତା ୧୬/୧୨: ରାଜ୍ୟବାସିଙ୍କ ସେବା ପାଇଁ ନୁହେଁ, କ୍ଷମତା ଜାବୁଡି ଧରିବା ହେଉଛି ଶାସକ ବିଜେଡିର ମୂଳ ଆଭିମୁଖ୍ୟ । ଗତ କାଲି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତିଙ୍କଠାରୁ ବହୁତ କିଛି ନୂଆ ଶୁଣିବାକୁ ରାଜ୍ୟବାସୀ ଅପେକ୍ଷା କରିଥିଲେ । କିନ୍ତୁ, ନବୀନ ବାବୁ ଚିରାଚିରତ ଭାବେ ସେହି ପୁରୁଣା କଥାକୁ ଦୋହରାଇଲେ । “୨୫ ବର୍ଷର ବିଜେଡି ଶାସନରେ ଓଡିଶାର କୌଣସି ବିକାଶ ହୋଇନାହିଁ” ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି । ବାସ୍ତବରେ ଓଡିଶାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ନେତା ଓ ମନ୍ତ୍ରୀଙ୍କ ଗ୍ରହଣୀୟତା ହ୍ରାସ ପାଉଛି । ଓଡିଶାର ଶାସନ ବ୍ୟବସ୍ଥା ଅଣଓଡିଆଙ୍କ କବଜାରେ ଥିବା କାରଣରୁ ଭୋଟ ବ୍ୟାଂକ ବିଜେଡି ହାତରୁ ଖସୁଛି । ଦୁର୍ନୀତି, ବ୍ୟଭୀଚାରରେ ଲିପ୍ତ ଏବଂ କଳା ଟଙ୍କାର ପାହାଡ ଉପରେ ବସିଥିବା ଶାସକ ବିଜେଡି ପାଖରେ ସାଧାରଣ ଲୋକଙ୍କ ପ୍ରଶ୍ନର କୌଣସି ଜବାବ୍ ନାହିଁ । ଏଭଳି ସମୟରେ ପୁଣି ଥରେ ସେହି “କେନ୍ଦ୍ରୀୟ ଅବହେଳା” କଥା କହି ନିଜ ବିଫଳତାକୁ ଦୋହରାଇଛନ୍ତି । ଦୁର୍ନୀତି, ବ୍ୟଭିଚାର ଓ କଳାଟଙ୍କାର ପାହାଡ ଉପରେ ବସି ମୁଖ୍ୟମନ୍ତ୍ରୀ ଅରଣ୍ୟ ରୋଦନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସଦ୍ୟ ୩ଟି ରାଜ୍ୟରେ ବିଜେପି ସରକାର ଗଠନ ପରେ “ଓଡ଼ିଶାରେ ବିଜେଡିକୁ ବିତାଡିତ କରିବାର” ସାଧାରଣରେ ଗୁଞ୍ଜନ ସୃଷ୍ଟି ହେଉଛି । ବାସ୍ତବରେ ରାଜ୍ୟରେ ଯୁବକ, ମହିଳା, କୃଷକ କିମ୍ବା ବୃଦ୍ଧବୃଦ୍ଧାମାନେ ଦୀର୍ଘ ୨୩ବର୍ଷର ନବୀନ ସରକାରରେ ଚିରାଚରିତ ଅବହେଳାର ଶିକାର ହୋଇଛନ୍ତି । ୨୩ ବର୍ଷ ନବୀନ ଶାସନରେ ଆଜି ବି ଯୁବକ ଦାଦନ ଖଟୁଛି, ଚାଷୀର ଆୟ ବଢି ନାହିଁ, ମା ଓ ଭଉଣୀଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି, ଗରିବୀସ୍ତର ଉନ୍ନତିରେ କୈାଣସି ପରିବର୍ତନ ହୋଇନାହିଁ । ଓଡ଼ିଶାରେ ଆର୍ôଥକ ଅବସ୍ଥା ସୁଦୃଢ଼ ବୋଲି ରାଜ୍ୟ ସରକାର କହୁଥିବାବେଳେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ଚାକିରି ପଦବୀ ଖାଲି ପଡିଛି । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । କୃଷି-ଶିଳ୍ପମାରଣ ନୀତି କାରଣରୁ ରାଜ୍ୟରେ ଥିବା ସୁତାକଳ, ଚିନି କଳ, କାଗଜକଳ, ଝୋଟକଳ କାରଖାନା ବନ୍ଦ ହୋଇପଡିଥିବାବେଳେ ଅନ୍ୟ ପଟେ ବ୍ୟାପକ ଭାବେ ମଦ କାରଖାନା ତିଆରି କରିଛି ବିଜେଡି ସରକାର । ପଡୋଶୀ ଛତିଶଗଡ ରାଜ୍ୟରେ ଧାନ ପାଇଁ ବୋନସ ମିଳୁଥିବାବେଳେ ଆମ ରାଜ୍ୟରେ ଶୂନ୍ୟ । ସେହିପରି ପଡୋଶୀ ରାଜ୍ୟମାନଙ୍କରେ ପ୍ରଦାନ କରାଯାଉଥିବା ବାର୍ଦ୍ଧ୍ୟକ ଭତା ରାଶି ତୁଳନାରେ ଓଡିଶାରେ ବହୁତ କମ୍ ମିଳୁଛି । ରାଜ୍ୟରେ ଚାଷ ଜମି ଜଳସେଚନ, ଆଳୁ ମିଶନ, ପିଆଜ ମିଶନ ଫେଲ୍‌, ଶିତଳ ଭଣ୍ଡାରର ଅଭାବ । ନିର୍ବାଚନ ସମୟରେ ନିଜ ହୀନ ସ୍ୱାର୍ଥ ଚରିତାର୍ଥ ପାଇଁ ‘ମହାନଦୀ – ପୋଲାଭରମ’ ପ୍ରସଙ୍ଗକୁ ଉଜ୍ଜୀବିତ କରୁଥିବା ବିଜେଡି ସରକାର ଗତ ୨୩ ବର୍ଷରେ ଗୋଟିଏ ହେଲେ ବନ୍ଧ ନିର୍ମାଣ କରିପାରିଲେ ନାହିଁ । ୨୦୧୮ ମସିହାରେ ମହାନଦୀର ତଳ ମୁଣ୍ଡରେ ୭ଟି ବ୍ୟାରେଜ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କୁଆଡେ ଗଲା ସେ ପ୍ରତିଶୃତି ? ମହାନଦୀର ଦୁଇ ପାଶ୍ୱର୍ରେ ବ୍ୟାପକ ଗଛ ଲଗାଇବେ ବୋଲି କହି ‘କାମ୍ପା ଫଣ୍ଡ’ରୁ ହଜାର ହଜାର କୋଟି ଟଙ୍କା ଲୁଟ୍ କଲେ । ଏଥିରୁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମହାନଦୀ ପ୍ରତି କେତେ ପ୍ରୀତି ରହିଛି, ତାହା ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି କେନ୍ଦ୍ର ପ୍ରତି ବିଜେଡି ସରକାରର ଦ୍ୱେଷ ମନୋଭାବ କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢେ ୭ ଲକ୍ଷ ପକ୍କା ଘର ଆବଂଟନ ହୋଇପାରିଲା ନାହିଁ । ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି କାରଣରୁ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ଅର୍ଦ୍ଧାଧିକ ଓଡିଶାବାସୀ । ଟାଟା ପାଓ୍‌ôାର – ବିଜେଡି ସରକାରର ମଧୁଚନ୍ଦ୍ରିକାର ଶୋଷଣର ଶିକାର ହୋଇ ଓଡିଆ ଉପଭୋକ୍ତା ହନ୍ତସନ୍ତ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ମଦ, ଗଂଜେଇ, ବ୍ରାଉନସୁଗାର, କୋକେନ, ସାପ ଗରଳ ଭଳି ବିଷାକ୍ତ ନିଶା ପଦାର୍ଥର ହବ୍ ପାଲଟିଛି ନବୀନ ଓଡିଶା । ବରଗଡ ଗୁଡ୍ଡୁ ମୁସଲିମଠାରୁ ଯା୍‌ଜପୁରରେ ଇସାନ ବୁଖାରୀ ଭଳି ଦୁର୍ଦାନ୍ତ କାଶ୍ମୀରୀ ଆତଙ୍କୀବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି ନବୀନ ଓଡିଶା । ଦେଶର ସବୁଠୁ ବଡ କଳା ଟଙ୍କା ଗଚ୍ଛିତ ହୋଇଥିଲା ବିଜେଡି ସରକାରର ଛତ୍ରଛାୟା ତଳେ । ଅଣଓଡିଆ ବ୍ୟବସାୟୀ, ଠିକାଦାର ଓ ଅମଲାଙ୍କ ନିୟନ୍ତ୍ରଣରେ ଓଡିଶାର ଶାସନ ବ୍ୟବସ୍ଥା । ଏପରିକି ରାଜ୍ୟର ମଦ ନୀତିକୁ “ସାହୁ ବ୍ରଦର୍ସ ଆଣ୍ଡ କୋ’ ନିୟନ୍ତ୍ରଣ କରୁଛନ୍ତି । ଏହା ହିଁ ନବୀନ ଓଡିଶାର ବାସ୍ତବ ସଫଳତା ଏବଂ ଏହାର ପ୍ରଚାର କରିବାକୁ ଶ୍ରୀ ମହାପାତ୍ର ବିଜେଡିକୁ ପରାମର୍ଶ ଦେଇଛନ୍ତି ।
ମହିଳା, ଯୁବ, କୃଷକ ଓ ଗରୀବଙ୍କୁ ବାରମ୍ବାର ଧୋକା ଦେଇ ଆସୁଥିବା ବିଜେଡି ସରକାର ମାନ୍ୟବର ନ୍ୟାୟାଳୟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ୱେ କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଓଡିଶାର ସାମଗ୍ରିକ ବିକାଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଯଥେଷ୍ଟ ଅବଦାନ ରହିଛି । ମୋଦିଙ୍କ ଉପରେ ଓଡିଶାବାସୀଙ୍କର ବିଶ୍ୱାସ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଂଟି ଉପରେ ଦିନକୁ ଦିନ ଓଡିଶାବାସୀଙ୍କ ଆସ୍ଥା ବଢୁଥିବାରୁ ବିଜେଡି ଭୟଭୀତ ହୋଇ ନିର୍ବାଚନ ପୂର୍ବରୁ ଏଭଳି ଭେଳିକି ଦେଖାଉଛି । ଓଡିଶାବାସୀ ସଚେତନ ଓ ଏହାର ଜବାବ୍ ଆଗାମୀ ନିର୍ବାଚନରେ ନିଶ୍ଚିତ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.