ଯାଜପୁର ରୋଡରେ ଜାତୀୟ ପ୍ରେସ ଦିବସ ପାଳିତ

0

 

ଯାଜପୁରରୋଡ୍ : ବ୍ୟାସନଗରସ୍ଥିତ ୟୁନାଇଟେଡ୍ ପ୍ରେସ କ୍ଲବ ଆନକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବର ସଭାପତି ଚନ୍ଦ୍ରମଣି ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ “ମିଡିଆ ପ୍ରଭାବ’ ଖବର କାଗଜର ସମ୍ପାଦକ ଶୁଭ୍ରାଂଶୁ ଦାଶ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ “ଓଡ଼ିଶା ନିଉଜ  ନେଟ୍ୱାର୍କ’ର ମୁଖ୍ୟ ସମ୍ପାଦକ ତଥା ଚ୍ୟାନେଲ୍ ୱାନ୍ ନିଉଜ ର ରାଜ୍ୟ ମୁଖ୍ୟ ଶେଖର ପ୍ରସାଦ ଦାଶ ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସରକାରୀ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ । ନ୍ୟାସନାଲ ପ୍ରେସ ୟୁନିଅନର ଯାଜପୁର ଜିଲ୍ଲା ସଭାପତି ସାମ୍ବାଦିକ ଜୟଶଙ୍କର ଦାଶ ଯୋଗଦେଇ ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ  ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ସମସ୍ତ ସାମ୍ବାଦିକ ବନ୍ଧୁମାନେ ଏକମନ ଏକପ୍ରାଣ ହୋଇ କାମ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ସାମ୍ବାଦିକମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ସାମ୍ବାଦିକ ସୁବାସ ନାୟକ, ବିଶ୍ୱଜିତ୍ ମାଝୀ, ଚିତ୍ତରଞ୍ଜନ ନାୟକ, ଦେବାଶିଷ ବରାଳ, ଉମାକାନ୍ତ ମହାପାତ୍ର, କୃଷ୍ଣ ଦାସ, ଅରୁଣ ମିଶ୍ର, ପ୍ରଫୁଲ୍ଲ ସାହୁ, ସୁକାନ୍ତ ବେହେରା, ସମୀର ରାୟ, ପ୍ରମୋଦ ମଲ୍ଲିକ, ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.