ଭୁବନେଶ୍ୱର , ତା ୧୦/୧୨/୨୦୨୩ ରିଖ: ଭୁବନେଶ୍ବରସ୍ଥିତ ଓଡ଼ିଶା ପ୍ରଶାସନିକ ସେବା ସଂଘ କାର୍ଯ୍ୟାଳୟ ଠାରେ ମହିଳା ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ରାଜ୍ୟସ୍ତରୀୟ ପ୍ରତିଯୋଗିତା ସହ ୩୦ ଟି ଜିଲ୍ଲା ସଦର ମହାକୁମାରେ ମଧ୍ୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି। ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଲୁଚ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ରାଜ୍ୟସ୍ତରରେ ତାଙ୍କର ପ୍ରତିଭାକୁ ଏକ ନୂଆ ପରିଚୟ ପ୍ରଦାନ କରିବା ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।
ବିଭିନ୍ନ ଜିଲ୍ଲାମାନଙ୍କର ନିୟମ ଅନୁସାରେ ଏହି ପ୍ରତିଯୋଗିତାରେ ସାଧାରଣବର୍ଗରେ ୫ ବର୍ଷରୁ ୧୬ ବର୍ଷ ଛାତ୍ରଛାତ୍ରୀ ତଥା ଭିନ୍ନକ୍ଷମ ବର୍ଗରେ ୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ଥିବା ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସମସ୍ତ ଜିଲ୍ଲାରୁ ଭାଗ ନେଇଥିଲେ ପ୍ରାୟ ୭ ହଜାର ଛାତ୍ରଛାତ୍ରୀ । ଏହି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ମହିଳା ଶିଶୁ ବିକାଶ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମଟି ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଦସ୍ୟ ସଚିବ, ଯୁଗ୍ମ ସଚିବ ଓ ଶିଶୁ କଲ୍ୟାଣ ଅଧିକାରୀଙ୍କ ସୁପରିଚାଳନା ସହ ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥା, ଅଙ୍ଗନବାଡି କର୍ମୀ ତାଲିମ କେନ୍ଦ୍ର, ଉତ୍କଳ ବାଳାଶ୍ରମର କର୍ମକର୍ତ୍ତା ତଥା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହାୟତାରେ ଶୃଙ୍ଖଳାର ସହିତ ପରିଚାଳିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post