ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସବ୍ ଜେଲ୍ ପରିସରରେ ଜେଲ୍ ସୁପରୀଟେଣ୍ଡଣ୍ଟ ହନୁ ସେଠୀଙ୍କ ତତ୍ତ୍ଵାବଧାନରେ ଜେଲ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିଲେ ଓ ସ୍ଵତନ୍ତ୍ର ଅତିଥି ଭାବେ ଡାକ୍ତର ଡି . ସତ୍ୟନାରାୟଣ ଗୁପ୍ତା , ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ତନୁଜା ଶତପଥୀ , ଏବଂ ଅନ୍ୟତମ ଅତିଥି ଭାବେ ଅଶ୍ୱିନୀ କୁମାର ଦାଶ , ଗୀତାଞ୍ଜଳି ବେହେରା , ଏସ୍. ନାଗାରାଜୁ ଯୋଗ ଦେଇଥିଲେ।
ଏହି ଅବସରରେ ସମସ୍ତ ଅତିଥି କହିଥିଲେ ଯେ ନିଜକୁ ସମର୍ପଣ ଭାବ ରଖି ତ୍ୟାଗ , ନିଷ୍ଠା , ସହଯୋଗ ରକ୍ଷାକରି ସଦାସର୍ବଦା ସକରାତ୍ୱର୍ମକ କାର୍ଯ୍ୟ କରିବା ଆବଶ୍ୟକ ଗଠନ ମୂଳକ ପଦକ୍ଷେପ ଆଣିଥାଏ ଏକ ସଫଳ ଜୟଯାତ୍ରା ବୋଲି ଉପସ୍ଥିତ ବକ୍ତା ମାନେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ତର୍କ , ଚିତ୍ର , ପ୍ରବନ୍ଧ , କଣ୍ଠ ସଙ୍ଗୀତ , ଏକକ ଅଭିନୟ , ଝୋଟି, ହୁଳହୂଳି , ଇଣ୍ଡୋର୍ , ଆଉଟ୍ ଡୋର ଖେଳ ରେ ଯେଉଁମାନେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସହ – ଜେଲ୍ ସୁପରିଟେଣ୍ଡଣ୍ଟ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.