ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୧୨/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଆନ୍ତର୍ଜାତିକ ବିକାଶ ଉଦ୍ୟୋଗ ତରଫରୁ ଏକ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ୱଳ୍ପ ଖର୍ଚ୍ଚ ରେ ଚାଷ କରି କିପରି ଅଧିକ ଅମଳ ପାଇବେ। ଉଚିତ୍ ଦରରେ ବିହନ ପାଇ ପାରିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଉଚିତ୍ ବ୍ୟବଧାନରେ ଧାଡ଼ି ଚାଷ କରିବା, ମାଟିରେ ରାସାୟନିକ ସାର ର ବ୍ୟେବହାର କମ କରିବା ଓ ଜମିର ଉର୍ବରତା ବଡାଇବା, ଚାରା ଉତ୍ପାଦନ, ରାସାୟନିକ ସାର ପ୍ରୟୋଗ କମ୍ ସହ ପ୍ରାକୃତିକ ଉପାୟରେ ଚାଷ କଲେ ଉତ୍ତମ ଗୁଣବତ୍ତା ରହିବା ସହ ଫଳ ଓ ପରିବା ରେ ପ୍ରଚୁର ପରିମାଣର ଭିଟାମିନ ମିଳି ପାରିବ ବୋଲି କହିଥିଲେ।ଆନ୍ତର୍ଜାତିକ ବିକାଶ ଉଦ୍ୟୋଗ (ଆଇ ଡି ଇ ଆଇ )ର ଜିଲ୍ଲା ସଂଯୋଜକ ତେଜେଶ୍ୱର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କ୍ଷେତ୍ର ପରିଚାଳକ ଶୁଭେନ୍ଦୁ ମିଶ୍ର ଓ ଉର୍ଦ୍ଧବ ମାଳି ସହଯୋଗ କରିଥିଲେ। ଏହି କୃଷକ ମେଳାରେ ଅଞ୍ଚଳା ଗ୍ରାମର ବହୁ ପୁରୁଷ ମହିଳା ଚାଷୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ପ୍ରାକୃତିକ ଉପାୟରେ ଚାଷ କରିବା ନେଇ ଚାଷୀଙ୍କୁ ବ୍ୟାପକ ସଚେତନ କରାଯିବ ବୋଲି ଜିଲ୍ଲା ସଂଯୋଜକ ତେଜେଶ୍ୱର୍ ପ୍ରଧାନ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.