ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା “ଯୁବ ଓଡ଼ିଶା ନବୀନ ଓଡ଼ିଶା” ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ “ଫେଶନ ଶୋ” ଏବଂ “କମେଡି” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଦୈନିକ ଖବର କାଗଜର ରିପୋର୍ଟର କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ । ସାଂସ୍କୃତିକ ବିଭାଗର ସଂଯୋଜିକା ରୁନିବାଳା ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସାମାଜିକ କାର୍ଯ୍ୟର ସଂଯୋଜକ କୁମୁଦ ଚନ୍ଦ୍ର ମହାପାତ୍ର ଓ ମହେଶ୍ୱର ରାଉତ ମଞ୍ଚାସୀନ ଥିଲେ । ପ୍ରତିଯୋଗୀ ମାନେ ଫେଶନ ଶୋ” ଓ “କମେଡି” ମାଧ୍ୟମରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ଉପସ୍ଥିତ ବିଦ୍ୟାର୍ଥୀ ଓ କର୍ମଚାରୀଙ୍କୁ ବିମୋହିତ କରିଥିଲେ ।ଉପସ୍ଥିତ ବିଦ୍ୟାର୍ଥୀ ଓ କର୍ମଚାରୀମାନେ କରତାଳି ସହ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ବିଭାଗର ସଦସ୍ୟ ଅଧ୍ୟାପକ ସଞ୍ଜୟ ସାହୁ ,ଅଧ୍ୟାପିକା ସନ୍ତୋସୀ ପରିଡ଼ା, ସ୍ନିଗ୍ଧାରାଣୀ ଗୌଡ଼, ଭାରତୀ ବିଶ୍ଵାଳ ପ୍ରମୁଖ ପରିଚାଳନ କରିଥିଲେ । ତତ୍ ସହିତ ଅଧ୍ୟାପକ ଦିପୁ ଭୂୟାଁ , ଗଙ୍ଗାଧର ରଣା, ପି ଦୀପକ ରାଓ, ପିଙ୍କି ପୋଲେଇ, ରୂପାଲି ବିଷୋୟୀ, ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.