ବାସ୍ତବିକ ଏମିତି କାମ କରିବା କଥା : ମଣିଷପଣିଆ ଦେଖାଇଲେ ଗାଇସିଲେଟ ତହସିଲଦାର ଟିଟସ୍ ମହାନନ୍ଦିଆ

3

ଗାଇସିଲାଟ/ମନ ଡନସନା– ଗାଇସିଲେଟ ବ୍ଲକ  ଅଞ୍ଚଳର ଅଧିକାଂଶ ଚାଷୀ ବର୍ଷ ତମାମ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଅଦିନିଆ ବର୍ଷା ସବୁ କିଛି ନଷ୍ଟ କରି ଦେଇଛି। ଏବେ ଉଜୁଡା ଫସଲକୁ ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଲଗାଣ ବର୍ଷାର ପ୍ରଭାବରେ  କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ସରକାରୀ ସହାୟତା ରାଶି ପାଇବା ପାଇଁ ତହସିଲ ଅଫିସ୍ ରେ ପଞ୍ଜିକୃତ କରିବା ସକାଶେ ଶତାଧିକ ଚାଷୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ତହସିଲଦାର ବାବୁ ଏ ସବୁ ଦେଖି ନିଜେ ଲୋକଙ୍କ ପାଖକୁ ଆସି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଲୋକଙ୍କ କାଗଜ ପତ୍ର ଯାଞ୍ଚ କରିବା ସହ ଆବଶ୍ୟକ କାଗଜ ପତ୍ର ପାଇଁ ଯେଉଁ ଭଳି ଭାବରେ ଲୋକଙ୍କୁ ବୁଝାଉଥିଲେ ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ । ତେବେ ସମସ୍ତ କ୍ଷତିଗ୍ରସ୍ତ ଚାଷୀ ମାନେ ତହସିଲଦାର ଙ୍କ ଏଭଳି କାର୍ଯ୍ୟ କୁ ଦେଖି ଖୁବ୍ ପ୍ରଶଂସା କରିଥିଲେ

Leave A Reply

Your email address will not be published.