ଚାଷ ଜମି ପରେ ଗାଁ ମୁହାଁ ହେଲେଣି ଗଜରାଜ : ଅଳ୍ପକେ ବର୍ତିଲେ ବୃଦ୍ଧ ଦମ୍ପତି

3

ଜମନକିରା ୦୯/୧୨/୨୩ (ଲିପନ ନାଏକ ) ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ଓ ବଡ଼ରମା ରେଞ୍ଜ ଅଞ୍ଚଳରେ ଗତ କିଛି ମାସ ଧରି କିଛି ହାତୀ ପଲ ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରିଚାଲିଥିବା ବେଳେ ଏବେ ଗାଆଁ ମୁହାଁ ହେଲେଣି ଗଜରାଜ l

ଜମନକିରା ରେଞ୍ଜ ଅଧିନସ୍ତ ଫୁଲକୁଶମ ବିଟ ଅଞ୍ଚଳରେ ୨ ମାସ ରୁ ଅଧିକ ହେବ କିଛି ହାତୀପଳ ରହି ଆସି ଚାଷୀଙ୍କ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି l ଏବେ ଚାଷ ଜମିରୁ ଧାନ ଉଠିବା ପରେ କିଛି ହାତୀ ପଲ ଗୁଡିକ ଗାଁ ମୁହାଁ ହେଉଥିବା ଦିଖିବାକୁ ମିଲୁଛି l ଗତ ରାତି ପ୍ରାୟ ୨ ଟା ବେଲକୁ ଏକ ଦନ୍ତା ହାତୀ ଟାଙ୍ଗରଣୀ ଗ୍ରାମର
ତୁଲାରାମ ରୋହିଦାସ ଙ୍କ ଘର ଭାଙ୍ଗି ଦେଇଥିବା ସହ ଟିକେଶ୍ୱର ପଟେଲ ଙ୍କ ଧାନ ଖାରି ଉଜାଡି ଧାନ ଖାଇଥିବାବେଳେ ଗ୍ରାମର ଜଗବନ୍ଧୁ ସୁନାନୀ ଙ୍କ ଆମ୍ବ ବଗିଚାରୁ ଗଛ ଗୁଡିକ ଉପାଡି ଦେଇ ସାଇନ ବୋର୍ଡ ଭାଙ୍ଗି ଦେଇଥିବା ଦିଖିବାକୁ ମିଳିଛି l ସେହିପରି ଟାଙ୍ଗରଣୀ ହାଇସ୍କୁଲ ର କଦଳୀ ଗଛ ଗୁଡିକ ଉପାଡି ଦେଇଥିବା ସ୍କୁଲ କର୍ମଚାରୀ କହିଛନ୍ତି l ତୁଲାରାମ ରୋହିଦାସ ଓ ତାଙ୍କ ସ୍ତ୍ରୀ ସେଇ ଗୋଟିଏ କୋଠରୀ ରେ ଶୋଇଥିବାବେଳେ ହାତୀ ଟିର ଶବ୍ଦ ଶୁଣି ଉଠି ଚାଲି ଯାଇଥିବାରୁ ଅଳ୍ପକେ ବର୍ତ୍ତୀଥିବା କହିଛନ୍ତି l ଏବେ ଗ୍ରାମବାସୀ ହାତୀ ଭୟରେ ନିଜକୁ ସୁରକ୍ଷିତ ମନେ କରୁନଥିବା କହିଥିବା ବେଳେ ତୁରନ୍ତ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ପଦକ୍ଷେପ ନିଆଯାଉ ବୋଲି ଦାବୀ ହେଉଛି l

Leave A Reply

Your email address will not be published.