ପୂର୍ବତନ ସରପଞ୍ଚ, ସମାଜସେବୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଷ୍ଟାଲିନ ରାଉତ ଙ୍କ ସ୍ମୃତି ସଭା l Sub –

3

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ ): ନିଶ୍ଚିନ୍ତକୋଇଲି ବ୍ଳକ ନତକାଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମିତିସଭ୍ୟ,ସଫଳ ଚାଷୀ,ସମାଜସେବୀ, ବିଶିଷ୍ଟ ରାଜନୀତିଜ୍ଞ ସର୍ଗତ ଷ୍ଟାଲିନ ରାଉତଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ମୀନକେତନ ଦାସଙ୍କ ପୌରହିତ୍ୟରେ ଏଥୁରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସ୍ତରୀୟ ନେତା ବିଜୟ ମହାପାତ୍ର ଯୋଗ ଦେଇ ସର୍ଗତ ରାଉତଙ୍କ ର ସମାଜସେବା ଏବଂ ଚାଷୀ ମୂଲିଆଙ୍କ ହକ ପାଇଁ ବିଭିନ୍ନ ମହଲରେ କରୁଥିବା ଲଢେଇ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ମାହାଙ୍ଗା ବିଜେପି ନେତା ତଥା ଦକ୍ଷ ସଂଗଠକ ଚୌଧୁରୀ ପ୍ରଭାତକେଶରୀ ମିଶ୍ର ଯୋଗ ଦେଇ ସ୍ୱର୍ଗତ ରାଉତଙ୍କ ରାଜନୀତି କ୍ଷେତ୍ରରେ ରହିଥ‌ିବା ବିଚକ୍ଷଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରି ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ବିଜେପି ନେତା ପ୍ରଫୁଲ୍ଲ କୁମାର ମହାପାତ୍ର, ସୁବାଷ ଦାସ, ବାପୁ ଭୂୟାଁ,ଅଶୋକ ସାହୁ,ଜଗବନ୍ଧୁ ସାଇଁ,ସୁକାନ୍ତ ଦାସ, ପ୍ରମୋଦ ବାରିକ,ମନୋଜ ବେହେରା,ଶଙ୍କର୍ଷଣ ସାଇଁ,ପୁତୁରା ପ୍ରବୀର ରାଉତ, ପୁତ୍ର ଶକ୍ତିପ୍ରସାଦ ରାଉତ ଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ଶେଷରେ ପୁତୁରା କାଦଲ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.