ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶ୍ରମ ବିଭାଗ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ ସମିତି , ସିସିଡ଼ି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ୍ ପ୍ରଶାସନର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଦୋକାନ , ଗେରେଜ୍ , ଭୋଜନ ହୋଟେଲ୍ ରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଣ୍ଡା , ଅତିରିକ୍ତ ଜିଲ୍ଲା ଶ୍ରମି ଅଧିକାରିଣୀ ଶ୍ରିମତୀ ଭାରତୀ ବେହେରା , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ମମତା ଶତପଥି , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡ଼ାତିଆ , ଏ.ଏସ୍.ଆଇ ଶ୍ରୀଯୁକ୍ତ କେ. କୁମାର ଓ ସିସିଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିଜୟ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଚଢ଼ାଉ ବେଳେ ରାଜଦାଣ୍ଡ ସ୍ଥିତ ୟୁନିକ ହୋଟେଲ୍ ରୁ ଜଣେ ନାବାଳକ ଓ ଜଣେ ନାବାଳିକା ଉଦ୍ଧାର ହୋଇଥିଲା ବେଳେ ନୂଆ ବସଷ୍ଟାଣ୍ଡ ସ୍ଥିତ କେ. ଦିଲିପ ମୋଟର ଗେରେଜ୍ ରୁ ଜଣେ ନାବାଳକ ଉଦ୍ଧାର ହୋଇଥିଲା। ଉକ୍ତ ନାବାଳକ ମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିଲା ବେଳେ ଅନ୍ୟଜଣେ ଗଜପତିର ପାରଳାଖେମୁଣ୍ଡିର ଓ ନାବାଳିକା ଜଣକ ରାୟଗଡ଼ ବ୍ଲକର ବୋଲି ସୂଚନା ରହିଛି।
ଉଦ୍ଧାର ହୋଇଥିବା ନାବାଳକ ଓ ନାବାଳିକା ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ନିକେତନ , ଆର୍.ସୀତାପୁର ଓ ପ୍ରାଉଡ଼ , ବି.ସୀତାପୁର ଠାରେ ଥଇଥାନ କରାଯାଇଛି।
ସେମାନଙ୍କର କାଗଜପତ୍ର କୁ ଯାଞ୍ଚ କଲାପରେ ଉକ୍ତ ନାବାଳକ ଓ ନାବାଳିକା ମାନେ କେଉଁ ଶିକ୍ଷା ତଥା ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆଗ୍ରହ ସେମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ଚେଷ୍ଟା ଜାରି ରଖିଛି।
ଏପରି ବେଆଇନ ଭାବେ ନାବାଳକ ଓ ନାବାଳିକା ମାନଙ୍କୁ ହୋଟେଲ୍ , ଗେରେଜ କାମରେ ସାମିଲ କରୁଥିବାରୁ ଉକ୍ତ ହୋଟେଲ୍ ଏବଂ ଗେରେଜ୍ ମାଲିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି।
Sign in
Sign in
Recover your password.
A password will be e-mailed to you.