ଡ଼ମ୍ବସରା ଜାତୀୟ ମହାବିଦ୍ୟାଳୟ ପରିସରରେ କ୍ରିଡ଼ା ଓ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ

4

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବସରା ଜାତୀୟ ମହାବିଦ୍ୟାଳୟ(ଯୁକ୍ତ 2) ,ପରିସରରେ ସରକାରଙ୍କ କ୍ରୀଡା ଓ ଯୁବ ବିକାଶ ବିଭାଗ ତରଫରୁ ନୂଆ ଓଡିଶା କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ଆଜି ଦିବା 10,30 ଘଂଟିକା ସମୟରେ ମୁଖ୍ୟ ଅତିଥି ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମଙ୍ଗୋ ଙ୍କ ଦ୍ଵାରା ଉଦଘାଟିତ ହୋଇଛି। ଅଧକ୍ଷ ଶ୍ରୀ ବିଦ୍ୟାଧର ନାହାକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶେଷଶାୟୀ ସେନାପତି ଅତିଥୀଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଡ଼ଃ ପ୍ରଶାନ୍ତ ହୋତା ସରକାରଙ୍କ ଏହି ନୂଆ- ଓ କାର୍ଯ୍ୟକ୍ରମ ବିଷୟରେ ସମସ୍ତ ପ୍ରତିଯୋଗୀଙ୍କୁ ସୂଚନା ଦେଇଥିବା ସ୍ଥଳେ, ବିଭିନ୍ନ ବିଭାଗର ଦାୟିତ୍ବରେ ଥିବା ଅଧ୍ୟାପକ ଶ୍ରୀ ନିଖିଲାସ ଜେନା, ଶ୍ରୀ ସନ୍ତୋଷ ହୋତା ଓ ଭାସ୍କର ସାମନ୍ତ ରା କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସେବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଗମଙ୍ଗୋ ସରକାରଙ୍କ ବିଭିନ୍ନ ଯୋଜନା ଓ ଯୁବ ବିକାଶ ଯୋଜନା ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ମାନିତ ଅତିଥି ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରଞ୍ଜଳି ପ୍ରଧାନ ଯୁବ ବିକାଶରେ ରାଷ୍ଟ୍ରର ବିକାଶ ବୋଲି ନିଜ ଅଭିଭାଷଣ ମାଧ୍ୟମରେ ସରକାରଙ୍କ ପ୍ରୟାସ ଓ ଯୋଜନାର ଭୁୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଶ୍ରୁତି ସିଂ ଦେଶ ପ୍ରଗତିରେ ଶିକ୍ଷାର୍ଥୀ ଓ ସେମାନଙ୍କ ଉଦ୍ୟମ ସହ ଶିକ୍ଷା ଏକ ମୁଖ୍ୟ ମାଧ୍ୟମ ବୋଲି ମତ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସନ୍ତୋଶୀ ଶବର ମହାବିଦ୍ୟାଳୟର ଶୃଙ୍ଖଳା ଓ କର୍ମଚାରୀଙ୍କ ତ୍ୟାଗର ଫଳ ସ୍ଵରୂପ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇପାରିଛି ବୋଲି କହିବା ସହ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଦେଇଥିଲେ। ନୋଡାଲ ଅଫିସର ଡ଼ଃ ପ୍ରଶାନ୍ତ ହୋତା ଆଜିଠାରୁ ଦୀର୍ଘ 12 ଦିନ ଧରି ବିଭିନ୍ନ ପ୍ରତିଯୋଗିତା ମାଧମରେ ଶିକ୍ଷାର୍ଥୀଙ୍କ ବିଭିନ୍ନ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ପ୍ରୟାସ କରାଯିବ ଏବଂ ସରକାରଙ୍କ ଦକ୍ଷତା ଭିତ୍ତିକ ସମସ୍ତ କାର୍ଯ୍ୟକ୍ରମ ରେ ଆମ ଅନୁଷ୍ଠାନ ଅଗ୍ରଣୀ ଭୂମିକା ନେଉଛି ଓ ଆଗକୁ ନେଵାର ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶ୍ରୀ ନାହାକ ଅନୁଷ୍ଠାନର ଭିତ୍ତିଭୂମି ବିକାଶ ନିମନ୍ତେ ଅନୁଷ୍ଠାନକୁ 5 T ଅନ୍ତର୍ଭୁକ୍ତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିୟନଙ୍କୁ ସାଧୁବାଦ ପ୍ରଦାନ କରିଥିଲେ। ତତ୍ ସହ ଅନୁଷ୍ଠାନ ପାଇଁ ରାସ୍ତା,ସାଇକେଲ ଷ୍ଟାଣ୍ଡ ଓ ଶିକ୍ଷାର୍ଥୀଙ୍କ ନିମନ୍ତେ ଏକ ଅଡିଟୋରୀୟମର ଆଵଶ୍ୟକତା ରହିଛି ବୋଲି ମତ ରଖିଥିଲେ। ପରିଶେଷରେ ଅନୁଷ୍ଠାନର ବରିଷ୍ଠ କିରାଣୀ ସହଦେଵ ମଲ୍ଲିଫୁଲ ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.