ଭଞ୍ଜନଗର ରୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ଦୁଇ ଜଣ ସମ୍ବର୍ଦ୍ଧିତ

4

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା ଙ୍କ ସଂଯୋଜନା ରେ ଗଞ୍ଜାମ ପୋଲିସ୍ ପକ୍ଷରୁ ମଧ୍ୟ ୬୧ତମ ଗୃହରକ୍ଷୀ (ହୋମଗାର୍ଡ) ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥି ସହିତ ନିଜର ଉତ୍ତମ ଗୁଣ ଓ କର୍ତ୍ତବ୍ୟନିଷ୍ଟ କାର୍ଯ୍ୟ ପାଇଁ ଗଞ୍ଜାମ୍ ଜିଲ୍ଲା ରୁ ୫୩ ଜଣ ଗୃହରକ୍ଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କ ମଧ୍ୟରେ ଭଞ୍ଜନଗର ରୁ ଦୁଇଜଣ ଗୃହରକ୍ଷୀଙ୍କୁ ଶ୍ରେଷ୍ଠ ଭାବରେ ବିବେଚିତ କରି ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଉଛନ୍ତି ପି. ହେମନ୍ତ କୁମାର ରାଓ ଏବଂ କାଳୁ ଚରଣ ସେନାପତି । ସେମାନେ ପ୍ରାକୃତିକ ବିପର୍ଯ୍ୟୟ ହେଉ, ଶାନ୍ତି ସୁରକ୍ଷା ରେ ହେଉ, ବିଭିନ୍ନ ତଥ୍ୟ ପ୍ରଦାନରେ ହେଉ ବା ଦୁଃସାହସିକ କାର୍ଯ୍ୟ ରେ ନିଜର ଉଛର୍ଗିକୃତ ସେଵା ପ୍ରଦାନ କରିଥିବାରୁ ସବୁ କ୍ଷେତ୍ରରେ ସେମାନେ ପ୍ରଶଂସନୀୟ ହୋଇପାରିଛନ୍ତି। ସେଥିନିମିତ୍ତ ପି. ହେମନ୍ତ କୁମାର ରାଓ ଓ କାଳୁ ଚରଣ ସେନାପତି ଉଭୟ ଙ୍କୁ ଗଞ୍ଜାମ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା ଶ୍ରେଷ୍ଠ ଗୃହରକ୍ଷୀ ( ହୋମଗାର୍ଡ) ଭାବରେ ସମ୍ବର୍ଦ୍ଧିତ କରିଛନ୍ତି। ଇତ୍ୟାବସରରେ ଭଞ୍ଜନଗର ଥାନା, ଖାଲାସିସାହି ସଚେତନ ନାଗରିକ ମଞ୍ଚ, ବରିଷ୍ଠ ନାଗରିକ ମଞ୍ଚ, ଓକିଲ ସଂଘ ଓ ଭଞ୍ଜନଗର କବିସମ୍ରାଟ ମିଡ଼ିଆକ୍ଳବ୍ ର ସମସ୍ତ ସମ୍ନାନନୀୟ ସଦସ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇ ଦୁଇଜଣ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave A Reply

Your email address will not be published.