ଭୁବନେଶ୍ୱର : ସଵାରୀ ଗାଡି ମରାମତି କାରଖାନା ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନ ପରିଚାଳିତ ଶିଶୁ ନିକେତନର ନବୀକରଣକୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଡୋଲା ମୋୖଇତ୍ର ଏବଂ ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ନିବେଦିତା କରଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି | ଏହି ଅବସରରେ ଶିଶୁ ନିକେତନର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳପଥ ମଞ୍ଚେଶ୍ୱର ସ୍ଥିତ ମହିଳା କଲ୍ୟାଣ ସଂଗଠନର ସମ୍ପାଦିକା ଶ୍ରୀମତୀ ପ୍ରଜ୍ଞା ମହାପାତ୍ର ସଂଯୋଜନା କରିଥିଲେ |
Sign in
Sign in
Recover your password.
A password will be e-mailed to you.