ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଶୁଭlରମ୍ଭ ହେଲା କପା ମଣ୍ଡି l

4

ରାୟଗଡ:ସରୋଜ କୁମାର ସାହୁ –ରାୟଗଡ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି କପା ମଣ୍ଡି ଶୁଭରାମ୍ବ କରିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନ,l ଆଜି ପ୍ରଥମେ ଦିନରେ ୧୧କ୍ୱିଣ୍ଟାଲ କପା ୭୦୨୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ କିଣାଯାଇଥିଲା l ଜିଲ୍ଲାରେ ଉତ୍ପାଦିତ କପାକୁ ଶୁଲଭ ମୂଲ୍ୟରେ ବିକ୍ରୟ ପାଇ ଗତ ୨/୧୨/୨୩ରିଖରେ ଜିଲ୍ଲା ସାରା ପ୍ରଚାର ରଥ ମାଧ୍ୟମରେ ପ୍ରଚାର ନିମନ୍ତେ ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ଶୁଭାରମ୍ଭ କରିଥିଲେ l ଜିଲ୍ଲାର ରାୟଗଡ କୃଷି ଜିଲ୍ଲା ୧୫,୪୧୫ ହେକ୍ଟର, ଗୁଣୁପୁର କୃଷି ଜିଲ୍ଲାରେ ୨୪,୨୧୫ହେକ୍ଟର ଓ ମୁନିଗୁଡା କୃଷି ଜିଲ୍ଲାରେ ୯୪୬୭ହେକ୍ଟର ମୋଟ ଜିଲ୍ଲାରେ ୪୯ହଜାର ୯୭ହେକ୍ଟର ଜମିରେ କପା ଚାଷ କରାଯାଇଛି l ଜାହାର କି ଉତ୍ପାଦନ ଲକ୍ଷ୍ୟ ୭,୩୬,୪୫୫କ୍ୱିଣ୍ଟାଲ କପା ଧାର୍ଯ୍ୟ କରାଯାଇଛି l ଏଥିରୁ ଜିଲାରୁ ୪୦ହଜାର ପରିବାର ଜୀବନ ଜୀବିକା ସିଧାସଳଖ ଉପକୃତ ହେଉଛନ୍ତି l
ଆଜିର ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିପିନ ବିହାରୀ ସ୍ୱାଇଁ, ନିୟନ୍ତ୍ରିତ ବଜାର କବମିଟିର ସଦସ୍ୟ ବି. ତିରୁପତି, ଇପିଲି ସନ୍ୟାସୀ ରାଜୁ ଆଦି ସଦସ୍ୟ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.