ଡିସେମ୍ବର ୭ ଜଗତସିଂହପୁର ବନ୍ଦ ସମର୍ଥନରେ ନାଉଗାଁରେ ପ୍ରଚାର

4

ଜଗତସିଂହପୁର ତା- ୦୫.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ସହରରେ ମେଡିକାଲ କଲେଜ ପ୍ରତିଷ୍ଠା, ପଲ୍ଲୀ ସ୍ଵାସ୍ଥ୍ୟ କେନ୍ଦ୍ର ଜଗତସିଂହପୁର ଜିଲ୍ଲାରୁ କଟକ ସ୍ଥାନାନ୍ତର ବନ୍ଦ କରିବା ଓ ଜଗତସିଂହପୁର ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ଶଯ୍ୟା ସଂଖ୍ୟା ୫୦୦ କୁ ବୃଦ୍ଧି କରିବା ଦାବିରେ ଆସନ୍ତା ଡ଼ିସେମ୍ବର ୭ ତାରିଖ ଦିନ ଜଗତସିଂହପୁର ବନ୍ଦକୁ ସଫଳ କରିବା ପାଇଁ ଆଜି ନାଉଗାଁ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି। ପୋଷ୍ଟର ଲଗାଇବା ସହିତ ପ୍ରଚାର ପତ୍ର ବାଣ୍ଟିବା ଆଦି କାର୍ଯ୍ୟ କ୍ରମ କରାଯାଇଛି।ଏସ ୟୁ ସି ଆଇ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସଂପାଦକ କମ୍ରେଡ ସୁବାସ ସ୍ବାଇଁ, ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଗଠକ ଅଶୋକ କୁମାର ସ୍ୱାଇଁ, ନାଉଗାଁ ବ୍ଳକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା, ଅନାଦି ଚରଣ ମହାନ୍ତି, ଦାମୋଦର ପରିଡ଼ା, ପ୍ରଫୁଲ୍ଲ କୁମାର ପରିଡ଼ା ଶରତ ନାୟକ, ସୁଦୀପ୍ତ ଜେନା ସଞ୍ଜୟ ସ୍ଵାଇଁ ପୁରସ୍ତମ ବିଶ୍ଵାଳ ଜୟଦେବ ପାଢ଼ୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave A Reply

Your email address will not be published.