ପରିବେଶ ସୁରକ୍ଷା ନେଇ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

2

ରାୟଗଡା : ପରିବେଶ ସୁରକ୍ଷା ନେଇ ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବିଭିନ୍ନ କିସମର ପ୍ରାୟ ୨୫ରୁ ଉର୍ଧ୍ଵ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାଇପ୍ରିୟା ୱେଲଫର ଟ୍ରଷ୍ଟ ବିଭିନ୍ନ ସମୟରେ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରିବା ସହ ସଚେତନତା ସୃଷ୍ଟି କରିଆସୁଛି l ଏହାସହ ସହରର ବିଭିନ୍ନ ପ୍ରାନ୍ତରରେ ବୃକ୍ଷ ଚାରା ରୋପଣ କରିବା ସହ ଜନ ସଚେତନତା ସୃଷ୍ଟି କରୁଛି l ଏଥି ନିମନ୍ତେ ଚଳିତ ବର୍ଷ ଜୁନ ମାସରେ ଭୁବନେଶ୍ୱର ଠାରେ ସାଇପ୍ରିୟା ୱେଲଫର ଟ୍ରଷ୍ଟକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ଟ୍ରଷ୍ଟର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ, ଲାଡୀ ଚନ୍ଦ୍ରମୌଳି, ସନ୍ତୋଷ ପଣ୍ଡା, ଅରୁଣ ସାହୁ, ମନୋଜ କୁମାର ସାହୁ, ମହେଶ୍ଵତା ପାଣିଗ୍ରାହୀ, ଗୀତା ରାଣୀ ମିଶ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଗୌରୀ ବାବୁ, ସତ୍ୟ ନାରାୟଣ ବାବୁ, ବନପାଳ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.