(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ପଞ୍ଚାୟତ ଛୁଆଳିଆ ଗ୍ରାମର ୩ବର୍ଷ ୫ମାସର ଶିଶୁ କନ୍ୟା ର ନାମ ୨୦୨୩ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛି । ଆରଭି ୟୁଭାନିକା ନାମକ ଏହି ପ୍ରତିଭା ସମ୍ପନ୍ନ ଶିଶୁ କନ୍ୟା ଭାରତର ୨୮ଟି ରାଜ୍ୟ ଓ ତାହାର ରାଜଧାନୀ, ୧୬ଟି ଶବ୍ଦର ବିପରୀତ ଶବ୍ଦ, ୧୨ଜଣ କବିଙ୍କ ନାମ ଓ ଉପାଧି , ୧୦ଜଣ ଲେଖକ ରଚନା କରିଥିବା ଗ୍ରନ୍ଥ ଓ ଉପନ୍ୟାସର ନାମ,୧୨ଟି ରଙ୍ଗର ନାମ, ଇଂରାଜୀ ବର୍ଷର ବାରମାସ ୬ ଋତୁ ଓ ସପ୍ତାହର ୭ଦିନର ନାମ, ୧୬ଟି ଶିଶୁ ବାଟିକା ପଦ୍ୟର ଆବୃତ୍ତି , ୯ ଗୋଟି କ୍ଷେତ୍ରର ନାମ, ୨୬ଗୋଟି ଇଂରାଜୀ ବର୍ଣ୍ଣମାଳାର ପ୍ରତୀକ, ୭ଟି ମହାଦେଶ, ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ , ୯ଟି ଗ୍ରହର ନାମ, ମଣିଷ ଶରୀରର ୨୫ଟି ଅଙ୍ଗପ୍ରତ୍ୟଙ୍ଗର ନାମ, ୨୦ଟି ଫଳର ନାମ, ୨୫ଟି ପଶୁର ନାମ, ୨୦ଟି ପନିପରିବାର ନାମ,ଇଂରାଜୀରେ ୩୦ଟି ଜରୁରୀକାଳୀନ ଶବ୍ଦ, ସଂଖ୍ୟା ଗଣନ, ଜାତୀୟ ସଂଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନ, ୪ଟି ସଂସ୍କୃତ ଶ୍ଳୋକ, ହନୁମାନ ଚାଳିଶା,୪୭ ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର କହି ୨୦୨୩ ମସିହାର ଇଣ୍ଡିଆ ବୁକସ ଅଫ ରେକର୍ଡ଼ସ ରେ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି । ସମ୍ପୃକ୍ତ ଶିଶୁ କନ୍ୟାଟି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଦାରନାଥ ରାଉତ ଓ ବାସନ୍ତୀ ସାଇଁଙ୍କ ନାତୁଣୀ ତଥା ଇଂ.ଚନ୍ଦନ ରାଉତ ଓ ଇଂ. ସ୍ୱପ୍ନାଶ୍ରୀ ସାମଲଙ୍କ ଏକମାତ୍ର ସୁପୁତ୍ରୀ ଏବଂ ସାମ୍ବାଦିକ ଜ୍ୟୋତିରଂଜନ ସାଇଁ ଓ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସବିତା ସାମଲଙ୍କ ଝିଆରୀ ହୋଇଥିବାରୁ ତାଙ୍କୁ ବହୁ ବୁଦ୍ଧୀଜୀବୀ, ରାଜନେତା ଓ ଶିକ୍ଷାବିତ୍ ମହଲରେ ଶୁଭେଚ୍ଛା ଜ୍ଞାପନ କରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.