ବେଟି ବଞ୍ଚାଅ, ବେଟି ପଢାଅ ଓ ଶିଶୁ ପାଇଁ ଦିବସ ଟିଏ କାର୍ଯ୍ୟକ୍ରମ

31

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ଆଇସିଡିଏସ୍ ପ୍ରକଳ୍ପ ପକ୍ଷରୁ ‘ବେଟି ବଞ୍ଚାଅ ବେଟି ପଢ଼ାଓ’ ଅଭିଯାନ ଅଧୀନରେ କନ୍ୟାଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ଶିଶୁ ବିବାହ ନିରାକରଣ ନିମନ୍ତେ ବ୍ଲକସ୍ତରୀୟ ଟାସ୍କ ଫୋର୍ସର ସମନ୍ୱୟ ବୈଠକ ଭଞ୍ଜନଗର ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଭଞ୍ଜନଗର ପଞ୍ଚାୟତ ସମିତି ସଭାଗୃହ ରେ ଆଜି ଅକ୍ଟୋବର ୩ ତାରିଖ ଶନିବାର ୨୦୨୬ ରେ ସମନ୍ୱିତ ଶିଶୁବିକାଶ ଯୋଜନା ଆନୁକୁଲ୍ୟରେ ବେଟି ପଢାଅ ବେଟି ବଞ୍ଚାଅ ତଥା ଶିଶୁ ପାଇଁ ଦିବସ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ, ଶିକ୍ଷକ, ଲୋକସଂପର୍କ ବିଭାଗ ଅଧିକାରୀ, ଶିଶୁ ପ୍ରକଳ୍ପ ଅଧିକାରୀଣି,ଏକକ ସଖି ସଦନର କର୍ମକର୍ତ୍ତା , ସରକାରୀ ବୈଷୟିକ ବିଦ୍ୟାଳୟ ର ଅଧ୍ୟକ୍ଷ,ଏ ବି ଇ ଓ ,ଜେଣ୍ଡର୍ ସିଆର୍ ପି, କିଶୋରୀ ବାଳିକା,ପି ଓ, ବରିଷ୍ଠ ଆଇନଜୀବି , ଅଙ୍ଗନବାଡି କର୍ମୀ, ସୁଭଦ୍ରା ହେଲ୍ପ ଡେକ୍ସ୍ ର ସଦସ୍ୟା,ପୋଷଣ ବ୍ଳକ୍ କୋଡିନେଟର୍, ମିସନ୍ ଶକ୍ତି ବ୍ଳକ୍ ପ୍ରୋଜେକ୍ଟ କୋଡିନେଟର୍ ସହିତ ବିଭିନ୍ନ କୂଳ ସଭାପତି ମାନେ ଉପସ୍ଥିତ ଥିଲେ।
ବୈଠକରେ ଭଞ୍ଜନଗର ସିଡିପିଓ ଶ୍ରୀମତୀ ମିଳିମା କୁମାରୀ ପଣ୍ଡା ଙ୍କ ଅଧ୍ୟକ୍ଷତା କରି କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସଶକ୍ତିକରଣ ସହ ଶିଶୁ ବିବାହ ଭଳି ସାମାଜିକ ପ୍ରଥାକୁ ନିରାକରଣ କରିବା ଦିଗରେ ସମସ୍ତଙ୍କ ସମନ୍ୱିତ ଓ ସକ୍ରିୟ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଶିଶୁ ବିବାହ ନିରାକରଣ, କନ୍ୟାଶିଶୁଙ୍କ ଅଧିକାର ସୁରକ୍ଷା, କନ୍ୟାଶିଶୁଙ୍କ ଶିକ୍ଷାକୁ ପ୍ରୋତ୍ସାହନ, ସ୍ୱାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯୋଗାଇଦେବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିଶୁ ବିବାହ ସମ୍ପର୍କରେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି ସହ ଏଭଳି ଘଟଣାକୁ ଚିହ୍ନଟ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ସର୍ବପ୍ରଥମେ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ଧୁପ ଦୀପ ପ୍ରଜ୍ବଳନ କରାଯାଇଥିଲା। ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରି ମଞ୍ଚାସିନ କରାଯିବା ସହିତ ପ୍ରତ୍ୟେକ ନିଜ ନିଜ ଅଭିଭାଷଣ ରଖିଥିଲେ ଆଜିର କାର୍ଯ୍ୟକ୍ରମ ବିଷୟରେ। ସର୍ବ ପ୍ରଥମେ ଶିଶୁ ପ୍ରକଳ୍ପ ଅଧିକାରିଣୀ ମିଲିମା କୁମାରୀ ପଣ୍ଡା ଏହି ବେଟି ବଞ୍ଚାଅ ବେଟି ପଢାଅ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦେଶ୍ୟ ବିଷୟରେ ବିସ୍ତୃତ ଭାବରେ ମତ ପ୍ରଦାନ କରିବା ସହିତ ପରେ ପରେ ବୈଷୟିକ ବିଦ୍ୟାଳୟ ର ଅଧ୍ୟକ୍ଷ ଧନଞ୍ଜୟ ବାଙ୍କୀରାଓ କିଶୋରୀ ମାନଙ୍କ ପାଇଁ ବୈଷୟିକ ଶିକ୍ଷା ର କିପରି ଆବଶ୍ୟକତା ରହିଛି ତାର ସମସ୍ତ ସୁବିଧା ସୁଯୋଗ ଉପରେ କହିଥିଲେ। ସେହିପରି ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଶୁଭେନ୍ଦୁ ଅମିତାଭ ପଟ୍ଟନାୟକ ନିଜର ପକ୍ଷ ରଖିଥିଲେ। ସେହିପରି ଆଇନା ଏନ୍ ଜି ଓ ପରିଚାଳକ ଦୁର୍ବାଦଳ ତ୍ରିପାଠୀ କିଶୋରୀ ଭିନ୍ନକ୍ଷମ ର ସୁବିଧା, ସୁଯୋଗ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ବରିଷ୍ଠ ଆଇନଜୀବି ଅଳକା ମଞ୍ଜରୀ ପଟ୍ଟନାୟକ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ କିପରି ଆଇନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଓ ମନୁଷ୍ୟ ସମାଜରେ କନ୍ୟା ଶିଶୁ ପ୍ରତି ଆଇନ ର ସହାୟତା ଉପରେ କହିଥିଲେ। ତତ୍ ସହିତ ଭଞ୍ଜନଗର ପୋଲିସ୍ ଏସ୍ ଆଇ ଜୋଛ୍ନା ମୟି ସାହୁ, କିଶୋରୀ ବାଳିକା, କନ୍ୟା ଶିଶୁ ମାନେ କିପରି ସାହାଯ୍ୟ ପାଇବେ ଓ ନିର୍ଭୟରେ ସୁରକ୍ଷିତ ରହିବେ ସେ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ, ମହିଳାଙ୍କ ପାଇଁ ପ୍ରତ୍ୟେକ ଥାନାରେ ମହିଳା ସଦସ୍ୟ ନିଯୁକ୍ତ ଅଛନ୍ତି। ଅବସର ପ୍ରାପ୍ତ ଶିକ୍ଷକ ସନ୍ତୋଷ ଜେନା କନ୍ୟା ଶିଶୁ ଙ୍କର ଶିକ୍ଷା, ସ୍ଵାସ୍ଥ୍ୟ, ସୁରକ୍ଷା ଏବଂ ବୈଷୟିକ ଶିକ୍ଷାର ଗୁରୁତ୍ୱ ଦେଇ ବୁଝାଇଥିଲେ। ପରେ ପରେ ଲୋକ ସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ନାୟକ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ କିପରି ହିଂସା ହେଉଛି ତା ଠାରୁ ଆମେ କିପରି ଦୁରେଇ ରହିବା କହିବା ସହିତ ବିଭୁତି ଭୁଷଣ, ଲିଂଗ ଭେଦଭାବ କୁ ଚିହ୍ନଟ ନକରି ବା ତାକୁ ଭୁଲି ଯାଇ ପୁଅ ହେଉ ବା ଝିଅ ସମାନ ଦୃଷ୍ଟିରେ ଦେଖିବାକୁ କହିଥିଲେ। ମିଶନ ଶକ୍ତି ବି ପି ସି ପ୍ରଶାନ୍ତ ବରିଷୂ ଓ ବୟୋଜ୍ୟେଷ୍ଠ ଲୋକଙ୍କ ଗୁରୁତ୍ବ କୁ ଶିଶୁ ମାନଙ୍କ ଉପରେ କିପରି ରହିବ କହିଥିବା ସହିତ ପି ଓ ଶିଶୁ ଜନ୍ମ ଠାରୁ ବଡ଼ ହେଲା ପର୍ଯ୍ୟନ୍ତ ଆଇ ସି ଡ଼ି ଏସ୍ ର ସମସ୍ତ କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଛନ୍ତି। ସେହିପରି ପଞ୍ଚାୟତ ର ଜେଣ୍ଡର୍ ସି ଆର ପି ମାନେ ପ୍ରେରଣା କେଦ୍ର ଉପରେ ପ୍ରାଞ୍ଜଳ ଭାବରେ କହିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଶିଶୁ ପ୍ରକଳ୍ପ ଅଧିକାରୀ ମହାଶୟା ତର୍ନ ତର୍ନ କରି ଦେଖି ନିର୍ଦେଶ ପ୍ରଦାନ କରିଥିଲେ। ଶେଷରେ ସମସ୍ତଙ୍କ ଉପସ୍ଥିତ ରେ ସମସ୍ତେ ନିଜ ନିଜ ସ୍ଥାନରେ ଦଣ୍ଡାୟମାନ ହୋଇ ଶପଥ ପାଠ କରିଥିଲେ ଯେ, ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ବାର୍ତ୍ତା ସୃଷ୍ଟି କରିବା,କନ୍ୟା ଶିଶୁ ର ଉପଯୁକ୍ତ ଯତ୍ନ ନେବା,ତାର ସୁରକ୍ଷା ସ୍ବାସ୍ଥ୍ୟ ଶିକ୍ଷା ର ଦାୟିତ୍ଵ ଏବଂ ସେମାନେ କିପରି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ ଓ ନିଜକୁ ସୁରକ୍ଷିତ ଭାବରେ ଗଢ଼ି ତୋଳିବେ । ଯାହା ଦ୍ଵାରା ଏକ ସୁନ୍ଦର ସମାଜର ନିର୍ମାଣ ହୋଇ ସେହି କନ୍ୟା ଶିଶୁ ମାନେ ହିଁ ହେବେ ଭବିଷ୍ୟତ ନିର୍ମାଣ ର ଚାବିକାଠି। କାର୍ଯ୍ୟକ୍ରମ ଶେଷରେ ସଂଯୋଜିକା ଭାଗ୍ୟଲତା ବେହେରା ସମସ୍ତ ସମ୍ମାନନୀୟ ମାନଙ୍କ ଉପସ୍ଥିତି ଓ ମତାମତ କୁ ସମ୍ନାନ ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.