ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ଯ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସହରା ଅଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଡା.ନେତ୍ରାନନ୍ଦ ଶତପଥୀ ଓ ଶ୍ରୀମତୀ ହେନାପ୍ରସାଦ , ଏ ଆରଟି ମେଡିକାଲ ଅଫସର ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ବାକ୍ତବ୍ୟରେ ଏଚ୍ ଆଇ ଭି ର କାରଣ ଓ ନିରାକରଣ ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ଯୁବ ପିଢ଼ି ଏହି ବାର୍ତ୍ତାକୁ ସଠିକ୍ ରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ତତ୍ ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା ମାନେ କିପରି ନିଜର ଏଚ୍ ଆଇ ଭି ପରୀକ୍ଷା କରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ କହିଥିଲେ ଏବଂ ବିଶ୍ବକୁ ଏଡ୍ସ ମୁକ୍ତ କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସେ ଉପଦେଶ ଦେଇଥିଲେ। ସେହିପରି ସକାଳ ୮ଘଟିକା ସମୟରେ ବିଭିନ୍ନ ଅନୁଷ୍ଠାନ ସ୍ବେଚ୍ଛାସେବୀ , ନର୍ସ , ANMTC ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟଳୟ ଠାରୁ ବାହାରି ସହର ସଚେତନତା ଏକ ସଭା ଯାତ୍ରା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ସ୍ବେଚ୍ଛାସେବୀ SWS , AHANA , ANMTC ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଏକ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ,ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.