ଚାକିରି ସହ ପାଠପଢ଼ା, ନିଟ୍‌ରେ ସଫଳ ଝାରବନ୍ଧର ହିତେଶ୍ୱରୀ ।

11

ଶାସକ ପ୍ରଶାସକ – ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ହିତେଶ୍ୱରୀ ମାଝୀ ଚାକିରି ସହ ପାଠପଢ଼ା ଜାରି ରଖି ନିଟ୍‌-୨୦୨୬ରେ ସଫଳତା ହାସଲ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୫୧୨୮ ର‍୍ୟାଙ୍କ ହାସଲ କରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ (VIMSAR)ରେ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି।
ଭୋଜରାଜ ମାଝୀ ଓ ମାଧୁରୀ ମାଝୀଙ୍କ ଝିଅ ହିତେଶ୍ୱରୀ ଡାକ ବିଭାଗରେ ଚାକିରି କରିବା ସହ ନିଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଦିନର ସରକାରୀ ଦାୟିତ୍ୱ ସମ୍ପାଦନ ପରେ ରାତି ସମୟରେ ଅନଲାଇନ୍‌ ପାଠ୍ୟସାମଗ୍ରୀ, ଟେଷ୍ଟ ସିରିଜ୍‌ ଓ ବହି ଅଧ୍ୟୟନ କରୁଥିଲେ। ତାଙ୍କ ସଫଳତାରେ ତୁର୍ଲା ସମେତ ଝାରବନ୍ଧ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।

Leave A Reply

Your email address will not be published.