SAMS ପୋର୍ଟାଲକୁ SKOCH ପ୍ଲାଟିନମ୍ ଆୱାର୍ଡ

8

ଭୁବନେଶ୍ୱର,୧ ଅକ୍ଟୋବର, ୨୦୨୬: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ପୋର୍ଟାଲକୁ ସମ୍ମାନଜନକ SKOCH ପ୍ଲାଟିନମ୍ ଆୱାର୍ଡ ୨୦୨୬ ପ୍ରଦାନ କରାଯାଇଛି।

SAMS ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନାମଲେଖା ସମେତ ଉଚ୍ଚଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳିତ ହୁଏ।

SKOCH ପ୍ଲାଟିନମ୍ ଆୱାର୍ଡ ୨୦୨୬ ସମ୍ମାନରେ ସମ୍ମାନିତ ହୋଇଥିବାରୁ SAMS ଟିମ୍‌କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଭିନନ୍ଦନ ଜଣାଇଛନ୍ତି।ପ୍ରଯୁକ୍ତି ଭିତ୍ତିକ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏବଂ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଭାଗ ପକ୍ଷରୁ ନିରନ୍ତର କାର୍ଯ୍ୟ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ SAMS ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏବଂ ଛାତ୍ରଛାତ୍ରୀମାନଙ୍କର ସର୍ବଙ୍ଗୀନ ବିକାଶ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଚିବ ଶ୍ରୀ ଅଗ୍ରୱାଲ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.