ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ଅଧ୍ୟାପିକା ଗୀତାଶ୍ରୀ ସାମନ୍ତ,ଗୀତାଞ୍ଜଳି ଗୁରୁ, ପ୍ରମୋଦ କୁମାରୀ ପ୍ରଧାନ,ମାନସ ରଞ୍ଜନ ପାତ୍ର, ସୁଶାନ୍ତ କୁମାର ମହାପାତ୍ର ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ I ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ କ୍ରୀଡ଼ା, ସାଂସ୍କୃତିକ ଏବଂ ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ସାମାଜିକ ସଚେତନତା, ପରିମଳ ଏବଂ ଶିକ୍ଷା ଦିଗରେ ଯୁବଶକ୍ତି ନିଜକୁ ନିୟୋଜିତ କରିବା ଉଚିତ୍ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନ କର୍ମଚାରୀ ପ୍ରମିଳା ସିଅ, ରୂବୀନା ପରିଡ଼ା, ଅଶୋକ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ନାରାୟଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ I ଗୀତାଶ୍ରୀ ସାମନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.