ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଜାତୀୟ ଆଲୋଚନା ଚକ୍ର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ଦ୍ଵାରା ଆୟୋଜନ ହେବାକୁ ଯାଉଥିବା ” National Education Policy-2020: Outcome Based Education” ଶୀର୍ଷକ ଉପରେ ଏକ ଜାତୀୟ ଆଲୋଚନା ଚକ୍ର ପାଇଁ ICSSR, ନ୍ୟୁଦିଲ୍ଲୀ ଦ୍ଵାରା ଆର୍ଥିକ ସହାୟତା ର ଅନୁମୋଦନ ହୋଇଅଛି। ବୈଠକ ରେ ଏହି ଜାତୀୟ ଆଲୋଚନା ଚକ୍ର ଫେବୃଆରୀ ମାସର ୯ ଏବଂ ୧୦ ତାରିଖ, ୨୦୨୪ ରେ ଅଞ୍ଚଳ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ, ଗୁଜରାଟ, କଲିକତା, ଅରୁଣାଚଳ ପ୍ରଦେଶ, ଭୋପାଳ, ଛତିଶଗଡ, କୋରାପୁଟ, ଭୁବନେଶ୍ୱର ର ବିଭିନ୍ନ ବିଶ୍ୱବିଦ୍ୟାଳୟ ରୁ ପ୍ରଫେସର ମାନେ ଆସି ସଂପାନ୍ନ ରେ ଯୋଗଦାନ କରିବେ। ଦୁଇ ଦିନ ବ୍ୟାପି ହେବାକୁ ଯାଉଥିବା ଏହି କାର୍ଯକ୍ରମ ରେ ସମ୍ବଲପୁରୀ ହସ୍ତତନ୍ତ୍ର ପ୍ରଦଶିନୀ ଏବଂ ସାଂସ୍କୃତିକ କାର୍ଯକ୍ରମ ହେବାର ସ୍ଥିରୀକୃତ ହୋଇଅଛି। ଏହି ବୈଠକ ରେ ମହାବିଦ୍ୟାଳୟ ର ଡ଼ଃ ତୁଷାରକାନ୍ତ ସାହୁ (ସଂଯୋଜକ), ଡ଼ଃ ଭେଙ୍କଟେଶ୍ଵର ମେହେର (ଆବାହକ), ଡ଼ଃ ବିରଞ୍ଚି ସାହୁ (ସାଂଗଠାନିକ ସମ୍ପାଦକ), ଡ଼ଃ ସୁବୋଧ କୁମାର ତ୍ରିପାଠୀ, ଶ୍ରୀ ପ୍ରଭାତ ମହାପାତ୍ର, ଶ୍ରୀ ନବକୃଷ୍ଣ ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଏବଂ ଖଗେଶ୍ବର ଦାସ ଉପସ୍ଥିତ ଥିଲେ। ଆର୍ଥିକ ସହାୟତା ଅନୁମୋଦନ ପାଇଁ ଅଞ୍ଚଳ ମହାବିଦ୍ୟାଳୟ ICSSR, ନୂଆଦିଲ୍ଲୀ କୁ କୃତଜ୍ଞତା ଜ୍ଞାପନ କରିଅଛି।