ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀ ର ଦ୍ଵିତୀୟ ଦିନରେ ଡାକ୍ତରଖାନା ସଫେଇ

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ଦ୍ଵିତୀୟ ଦିବସ ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଦିବସରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପଦ୍ମପୁର ସହରରେ ଏକ ରେଲି ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ ଯୁକ୍ତ ଦୁଇ ଆଉ ତିନିର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପଦ୍ମପୁର ଅଞ୍ଚଳ ର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଏବଂ ଉପଖଣ୍ଡ ଡାକ୍ତରଖାନା ପରିସରରେ ଛାତ୍ରଛାତ୍ରୀ ମାନେ ସଫେଇ କାର୍ଯ୍ଯ କରିଥିଲେ। ଏହି କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର ଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠି, ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ପାଣିଗ୍ରାହୀ, ମୋନାଲିସା ସ୍ୱାଇଁ, ଶ୍ରୀମତୀ ବୁନୀ ସାହୁ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ସଞ୍ଜୟ ଟିଗା, ଶ୍ରୀ ପ୍ରଶାନ୍ତ କୁମାର ସିଦାର, ଓମ୍ ପ୍ରକାଶ ସତ୍ନାମୀ, ଦେବାଶିଷ ସାହୁ, ଲଲାଟେନ୍ଦୁ ପ୍ରଧାନ, ସସ୍ମିତା ମେହେର, ପଦ୍ମିନୀ ଦୋରା , ଚନ୍ଦ୍ରକାନ୍ତ ସୁନା, ଶ୍ରୀ ମିଥୁନ ମେହେର, ବିଶ୍ବରାଜ ପାତ୍ର ଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ। ଏହି ଦିବସରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.