ସାହିତ୍ଯ ଓ ସଂସ୍କୃତିର ଉପାସକ ଥିଲେ ସତ୍ଯନାରାୟଣ ବେହେରା

0 2

ବଲାଙ୍ଗୀର : ନିରାଡମ୍ବର ଜୀବନ ଥିଲା ସତ୍ଯନାରାୟଣ ବେହେରାଙ୍କର।ମାତ୍ର ବଲାଙ୍ଗୀର କ୍ଷେତ୍ରରେ ତାଙ୍କର ଜୀବନ ଥିଲା ସମର୍ପିତ। ମାଟି ପ୍ରତି ତାଙ୍କର ମୋହ ବେଶୀ ଥିଲା। ବହୁମୁଖୀ ପ୍ରତିଭା ଥିଲା ତାଙ୍କର। ଏପରି ନିଆରା ବ୍ଯକ୍ତିତ୍ବ ଙ୍କର ଜୀବନ ଆମ ପାଇଁ ସବୁ ବେଳେ ଅନୁକରଣୀୟ ବୋଲି ମତ ପ୍ରକାଶ ପାଇଛି,
ବରିଷ୍ଠ ସାମ୍ବାଦିକ, ମଂଚ ଓ ଚଳଚିତ୍ର ଅଭିନେତା, ସାରସ୍ବତ ପୁରୁଷ ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ । ସତ୍ଯନାରାୟଣ ବେହେରା ସ୍ମୃତି ଦାତବ୍ୟ ନ୍ୟାସ ତରଫରୁ ଆୟୋଜିତ ଏହି ସ୍ମୃତି ସଭାରେ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରେଣ୍ଯ ଅତିଥି ଭାବରେ ଓଡିଶା ଗୃହ ନିର୍ମାଣ ନିଗମ ର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦ୍‌ଗାତା, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ,ବଲାଙ୍ଗୀର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ସରଳ ନିରାଡ଼ମ୍ବର ଜୀବନ, ଉଚ୍ଚ ବିଚାର,ସାହିତ୍ୟ ,ସଂସ୍କୃତି ପ୍ରତି ସମର୍ପିତ ଭାବ ଆଜିର ସମୟ ପାଇଁ ଓ ଆଗାମୀ ବଂଶଧର ମାନଙ୍କର ପାଇଁ ମାର୍ଗ ଦର୍ଶନ କରିବ।ତାଙ୍କର କର୍ମମୟ ଜୀବନ ଆମର ପ୍ରେରଣା ର ଉତ୍ସ ବୋଲି କହିଥିଲେ। ସଭାପତି ଶ୍ରୀ କୁଅଁର ସ୍ବର୍ଗତ ସତ୍ଯନାରାୟଣ ବେହେରାଙ୍କ ଲେଖା ଆସନ୍ତା ସମୟରେ ପ୍ରକାଶିତ କରାଯିବା ସଂପର୍କରେ ସୂଚନା ଦେଇଥିଲେ। ସ୍ମୃତି ସଭାକୁ ନ୍ୟାସ ସଦସ୍ଯ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ପରିଚାଳନା କରିଥିବା ବେଳେ ସତ୍ଯନାରାୟଣ ବେହେରା ସ୍ମୃତି ଦାତବ୍ୟ ନ୍ୟାସ ତରଫରୁ ନ୍ୟାସୀ ସୁଧାକର ବେହେରା ଓ ସଭାପତି ଶ୍ରୀ କୁଅଁର ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ଫୁଲଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ନ୍ୟାସ ସଦସ୍ଯ ଶରତ ଚନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.