ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା ରୋଗୀ କଲ୍ୟାଣ ସମିତିର ଏକ ସତନ୍ତ୍ର ବୈଠକ ମଙ୍ଗଳବାର ଅପରାହ୍ନରେ ସାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମିତିର ସମସ୍ତ କର୍ମକର୍ତ୍ତା ଓ ସାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଶେଷ କରି ସାସ୍ଥ୍ୟ କେନ୍ଦ୍ରର ଅଧା ରହିଥିବା ପାଚେରୀକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯିବା ସହିତ ଏହାର ବାହାର ପାର୍ଶ୍ଵ କୁ ଭଲଭାବରେ ସଫେଇ କରାଯିବାକୁ ସ୍ଥିର ହୋଇଛି । ଏହାଛଡ଼ା ପ୍ରତ୍ୟେକ ପଞ୍ଚାୟତରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ତଥା ଲୋକମାନେ କିଭଳି ବାହାରେ ଶୌଚ ନହୋଇ ସଠିକ୍ ଭାବେ ପାଇଖାନାର ବ୍ୟବହାର କରିବେ ସେ ନେଇ ବ୍ୟାପକ ସଚେତନ କରାଯିବାର ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ଚାଲିଥିବା ଆଉଟ ଡ଼ୋର ଚିକିତ୍ସାସେବାକୁ ନୂତନ ଘରକୁ ଉଠାଯାଇ ସେଥିରେ ଭିନ୍ନ ଭିନ୍ନ ବିଭାଗ ଖୋଲାଯାଇ ରୋଗୀମାନଙ୍କୁ ସତନ୍ତ୍ର ସେବା ଦିଆଯିବ । ବିଦ୍ୟୁତ୍ ଫେଲ ସମୟରେ ଜେନେଟେର ସହିତ ସୋଲାର ଲାଇଟ ବ୍ୟବହାର ପାଇଁ ସମସ୍ତ ବ୍ୟବସ୍ଥା କରାଯିବା କୁ ସ୍ଥିର ହୋଇଥିବା ବେଳେ ରୋଗୀ ଏବଂ ସେମାନଙ୍କ ଯାନବାହନ ରଖିବା ପାଇଁ ସତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ । ରୋଗ ନିରାକରଣ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକୁ ବ୍ୟାପକ ଜନ ସଚେତନତା କରିବା ଏବଂ ସରକାରୀ ଯୋଜନାକୁ ଜନସାଧାରଣ ଜାଣିବା ପାଇଁ ଏକ ଏଲଇଡ଼ି ଡ଼ିସେପ୍ଲେ ବୋର୍ଡ଼ ଲଗାଯିବାର ବ୍ୟବସ୍ଥା କରାଯିବ । ଉକ୍ତ ସାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ଯୋଜନା କାର୍ଯ୍ୟକ୍ରମ ହେଉଥିବାରୁ ଏହାକୁ ଶହେ ପ୍ରତିଶତ କିଭଳି ସଫଳ କରାଯିବ ସେ ନେଇ କର୍ମଚାରୀମାନେ ଉଦ୍ୟମ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ଏହାଛଡ଼ା ରୋଗୀମାନଙ୍କୁ ଉପଯୁକ୍ତ ସାସ୍ଥ୍ୟ ସେବା ଯୋଗାଇବା ସହିତ ସରକାରଙ୍କର ନିରାମୟ ଯୋଜନାରେ ଦିଆଯାଉଥିବା ଔଷଧ ରୋଗୀମାନେ କିଭଳି ପାଇବେ ସେ ନେଇ ଡ଼ାକ୍ତରଙ୍କୁ ମଧ୍ୟ ଦୃଷ୍ଟିଦେବା ପାଇଁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ସଭାପତି ରମାକାନ୍ତ ମହାନ୍ତି, ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧ ମନୋଜ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜ୍ୟୋତିପ୍ରକାଶ ସାଇଁ, ଜିଲ୍ଲାପରିଷଦ ବିପ୍ଳବ କାପ, ପ୍ରମୋଦ ଦାସ, ଅଞ୍ଜଳୀ ପରିଡ଼ା, ଡ଼ାକ୍ତର ରୀତା ଦାଶ, ଡ଼ାକ୍ତର ଯୁବେନ ମହାନ୍ତି, ଡ଼ାକ୍ତର ସୁଦୀପ୍ତା ପରିଡ଼ା,ଡ଼ାକ୍ତର ସରିତ ସାଗର, ଡ଼ାକ୍ତର ବଜେନ୍ଦ୍ର ଦାସ, ମୀତା ପଟ୍ଟନାୟକ, ପ୍ରକାଶ ମହାନ୍ତି, ବ୍ରଜମୋହନ ରାମ, ସର୍ଣ୍ଣରଂଜନ ମହାପାତ୍ର, ତପନ ଜେନା, ଉମାଶଙ୍କର ସାହୁ, ପ୍ରଶାନ୍ତ ସାହୁ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।