ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେ ପୁଣି ଚୋରି ଆତଙ୍କ । ଦୁର୍ବୃତ୍ତ ମାନେ ଦିନ ଦ୍ବିପହରରେ ଜନ ଗହଳି ଥିବା ସଦର ପାତ୍ର ସାହିର ଅଭିନ ପାତ୍ର ଙ୍କ ଘରେ ପଶି କଳା କନା ବୁଲାଇଛନ୍ତି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଗତକାଲି ଦିନ ଦ୍ବିପହରରେ ଆଲ ମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରିକରି ନେଇ ଯାଇଛନ୍ତି। ଆଜି ଏ ନେଇ ଘର ମାଲିକ ଅଭିଁ ପାତ୍ର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଅନୁସନ୍ଧାନ କୁକୁର ସହ ସାଇଣ୍ଟି ଫିକ ଦଳ ତଦନ୍ତ କରି ଫେରିଛନ୍ତି। ସୂଚନା ଅନୁଯାୟୀ ଡାବୁଗାଁ ସଦର ପାତ୍ର ସାହିର ଅଭିନ ପାତ୍ର ଙ୍କ ପରିବାର ନିଜ ସମ୍ପର୍କୀୟ ଘରେ ଗତକାଲି ସୋମବାର ସକାଳେ ସପରିବାର ଘରେ ତାଲା ପକାଇ ଜଗଦଲପୁର ଯାଇଥିଲେ। କାର୍ଯ୍ୟ ସରିବା ପରେ ରାତ୍ର ସାଢେ଼ ୭ ଘଣ୍ଟ ସମୟରେ ସପରିବାର ଘର କୁ ଫେରିଥିଲେ। ତେବେ ଘର ର ସମ୍ମୁଖ କବାଟ ତାଲା ଭାଙ୍ଗିବା ପରେ ଦୁର୍ବୃତ୍ତ ମାନେ ଘର ଭିତରେ ପଶି ଗୋଡରେଜ ଓ ଆଲମିରା ତାଲା ଭାଙ୍ଗି ସେଥି ମଧ୍ୟରୁ ୪ ଟି ସୁନା ହାର, ୧୨ ଖଣ୍ଡ ସୁନା ମୁଦି, ୨୫୦ ଗ୍ରାମ ରୂପା ଗହଣା ସହ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିବା ଜଣା ପଡିଥିଲା। ଦିନ ଦ୍ବିପହରରେ ଘର କବାଟ ଭାଙ୍ଗି ଏପରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଆଜି ଏ ନେଇ ଅଭିନ ପାତ୍ର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେଶ ନ ୨୧୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଏସ ଆଇ ବିଜୁରାମ ବାଘ ଘଟଣାର ତଦନ୍ତ କରୁଛନ୍ତି। ଆଜି ଦିନରେ ଅନୁସନ୍ଧାନ କୁକୁର ସହ ସାଇନ୍ଟି ଫିକ ଦଳ ଆସି ତଦନ୍ତ କରିଥିବା ବେଳେ ଡାବୁଗାଁ ସଦର ନୁଆଗୁଡା ଓ ଭେଲୁଆଗୁଡ଼ା ର ତିନି ଯୁବକ ଏଥିରେ ସଂପୃକ୍ତ ଥିବା ଘର ମାଲିକ ଅନୁମାନ କରିବା ସହ ଏତଲା ରେ ଦର୍ଶାଇ ଛନ୍ତି।ସୂଚନା ଥାଉ କି ଚଳିତ ନଭେମ୍ବର ମାସ ୨ ତାରିଖ ରେ ଡାବୁଗାଁ ସାପ୍ତାହିକ ହାଟରେ ଦିନ ଦ୍ବିପହରରେ ଦୁର୍ବୃତ୍ତ ମାନେ ଏକ ଗୋରୁ ବେପାରୀ ଠାରୁ ୨୮ ଲକ୍ଷ ଟଙ୍କା ଡକାୟତ କରିଥିବା ବେଳେ ପୁଣି କିଛି ଦିନର ବ୍ୟେବଧାନ ପରେ ଦିନ ଦ୍ବିପହରରେ ଜନ ଗହଳି ଥିବା ପାତ୍ର ସାହିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି ।
Sign in
Sign in
Recover your password.
A password will be e-mailed to you.