(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତର ପ୍ରବୀଣ ରାଜନୀତିଜ୍ଞ ତଥା ପୂର୍ବତନ ସରପଞ୍ଚ ସର୍ଗତ ଷ୍ଟାଲିନ ରାଉତଙ୍କ ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l
ସ୍ବର୍ଗତ ରାଉତ ଙ୍କ ମୃତ୍ୟୁ ଖବର ଶୁଣି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କ ବାସଭବନରେ ପହଁଚି ଏଭଳି ଅକାଳ ବିୟୋଗରେ ବିଧାୟକ ଶ୍ରୀ ଜେନା ଅତ୍ୟନ୍ତ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ଏବଂ ସ୍ବର୍ଗତ ରାଉତଙ୍କ ପରିବାର ବର୍ଗଙ୍କୁ ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ଧର୍ଯ୍ୟ ଧରିବା ପାଇଁ ସାହସ ଦିଅନ୍ତୁ ବୋଲି କାମନା କରିଥିଲେ l ଏପରିକି ବିଧାୟକ ଶ୍ରୀ ଜେନା ମୃତକଙ୍କ ପୁତ୍ର ଶକ୍ତିପ୍ରସାଦ ଓ ପୁତୁରା କାଦର ରାଉତଙ୍କୁ ପରିବାରର ବିଭିନ୍ନ ଭଲ ମନ୍ଦ ବିଷୟରେ ପଚାରି ବୁଝି ଗଭୀର ଦୁଃଖ ପ୍ରକାଶ କରିଥିଲେ । ବିଧାୟକଙ୍କ ସହିତ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ସାହୁ, କ୍ଷୀରୋଦ ପଣ୍ଡା,ଅଧକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ,ସରପଞ୍ଚ ଜୟଦେବ ରାଉତ, ସନ୍ତୋଷ ରାଉତ,ବ୍ଳକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଜିଲ୍ଲାପରିଷଦ ବିପ୍ଳବ କାପ,ମନୋରଂଜନ ରାଉତଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post