ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜବାଗୁଡା ରେ ଆଜି ଆମ ବ୍ୟାଙ୍କ ( ସିଏସପି ପ୍ଲସ) ଆଉଟ୍ ଲେଟ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ସାଂସଦ ଙ୍କ ପ୍ରତିନିଧି ଏମ ଅପ୍ପା ରାଓ ,ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ,ଜବାଗୁଡା ସରପଞ୍ଚ ଗୋମତୀ ଭତରା ପ୍ରମୁଖ ମଞ୍ଚାଶିନ ଥିଲେ। ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତ ରାଜ ବିଭାଗ ଉଦ୍ୟମରେ ଆଜି ଠାରୁ ଆମ ବ୍ୟାଙ୍କ ସେବା ଆରମ୍ଭ ହୋଇଥିବା ବେଳେ ଏଥିରେ ବ୍ୟାଙ୍କ ତରଫରୁ ୧୫ ଗୋଟି ସେବା ଉପଲବ୍ଧ ହେବ। ଦୁଇ ଜଣ ପ୍ରତିନିଧି ବ୍ୟାଙ୍କ ସେବା ପ୍ରଦାନ କରିବେ। ବିଶେଷ କରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଓ ଗର୍ଭବତୀ ମହିଳା ମାନେ ଦୂର କୁ ଯାଇ ବ୍ୟାଙ୍କ ସେବା ପାଇଁ ହଇରାଣ ହେଉଥିବା ବେଳେ ଗ୍ରାମ ପାଖରେ ନୂତନ ବ୍ୟାଙ୍କ ସେବା ପାଇଁ ପାରିବେ। ଗାଁ ଗହଳିରେ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକେ ଘର ପାଖରେ ବ୍ୟାଙ୍କ ସେବା ପାଇବେ। ୬ ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କ ସହଯୋଗରେ ଏହି ବ୍ୟାଙ୍କ ସେବା ପ୍ରଦାନ କରାଯିବାକୁ ଥିବା ବେଳେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନରେ ଏହା କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭି ମାଧ୍ୟମରେ କହିଛନ୍ତି। ପର୍ଯାୟ କ୍ରମେ ଆଗକୁ ପ୍ରତି ପଞ୍ଚାୟତ ରେ ଆମ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ଡ ବ୍ଲୁ ଇ ଓ ଆଦିତ୍ୟ ନାରାୟଣ ରଥ, ଜିପିଇଓ ଏଡି ପ୍ରସାଦ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.