ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଗତ ୧୫ ତାରିଖ ବେହେରାପାଲି ସୁଦର୍ଶନ ବାରିକ ଘରୁ ଚୋରି ହୋଇଥିବା ସୁନା ଅଳଙ୍କାର ସହିତ ନଗଦ ୧୦ ହଜାର ଟଙ୍କା ଉଦ୍ଧାର କରିବା ସହିତ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ମେଲଛାମୁଣ୍ଡା ପୋଲିସ l ପ୍ରାପ୍ତ ସୂଚନା ଅନୁଯାୟୀ ଘଟଣା ଦିନ ସୁଦର୍ଶନ ଘରେ ଅନୁପସ୍ଥିତ ଥିବା ର ସୁଯୋଗ ନେଇ ବରପାଲିର ରେବତୀ ଭୁଏ ତାଙ୍କ ଘର ପଛ ତାଲା ଭାଙ୍ଗି ନଗଦ ଦଶ ହଜାର ଟଙ୍କା ସହିତ ଗୋଟିଏ ସୁନା ହାର ଓ କାନ ଫୁଲ କରିଥଲା l ପରେ ଚୋରି ହୋଇଥିବା ସୁନା ସୋହେଲା ମାଷ୍ଟର ପଡା ର ବୀଣାପାଣି ଗୁପ୍ତା ଙ୍କୁ ୨୯୦୦୦/-ଟଙ୍କା ରେ ବିକ୍ରି କରିଥିଲା l ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମେଲଛାମୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.