“ପ୍ରଶାସନ ଆଉ ଲୋକ ପ୍ରତିନିଧି ଚାହିଁଥିଲେ ବଂଚିଯାଇଥାନ୍ତେ ଭିନ୍ନକ୍ଷମ ଯୁଗଳ”

0

 

ଅସହାୟ ଭିନ୍ନକ୍ଷମଙ୍କ ମୃତ୍ୟୁ ଘଟଣା, ଖାଦ୍ୟ ଅଧିକାର ଅଭିଯାନ କର୍ମୀ କଲେ ତଦନ୍ତ

ଓଡଗାଁ : ଓଡଗାଁ ଥାନା ପାଣ୍ଡେରୀପଡା ପଂଚାୟତର ଦେଓଗାଁରେ ୧୪ ତାରିଖ ସନ୍ଧ୍ୟାରେ ନିଃସହାୟ ଦୃଷ୍ଟିବାଧିତ ଭିନ୍ନକ୍ଷମର ଅନାହାର ମୃତ୍ୟୁ ଘଟଣା ସମ୍ପର୍କରେ ଦୈନିକ ଓଡିଆ ଖବର କାଗଜ ନିତିଦନରେ ପ୍ରକାଶିତ ହେବା ପରେ ଜାତୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାଜ୍ୟ ଖାଦ୍ୟ ଅଧିକାର ଅଭିଯାନ ତରଫରୁ ଫ୍ୟାକ୍ଟ୍ ଫାଇଣ୍ଡିଙ୍ଗ ଟିମ୍ ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଆଜି ଦେଓଗାଁରେ ପହଁଚିଥିଲେ । ମୃତକଙ୍କ ସମ୍ପର୍କିୟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା ସାରି ମୃତ୍ୟୁ ଘଟିଥିବା ରାଧାକୃଷ୍ଣ ମଠ ନିକଟକୁ ମଧ୍ୟ ଯାଇଥିଲେ ।

ତଦନ୍ତରୁ ଜଣାଯାଏ ପ୍ରାୟ ୧ମାସ ଧରି ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରିନଥିବା ମୃତ ଯୁଗଳ କିଶୋର ବେହେରା(୬୩)ଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା । ଦେହ ଖରାପ ହେବାରୁ ଗାଁ ଦୋକାନରୁ ଆନାଲାଜେସିକ୍ ବଟିକା ଖାଇଥିଲେ ମଧ୍ୟ ତାହା କିଛି କାମ କରିନଥିଲା । ଏଥି ସହିତ ତିତିଲି ବାତ୍ୟାର ପ୍ରକୋପ ଦୁଇଦିନ ଧରି ଲାଗି ରହିଥିଲା । ଖାଦ୍ୟାଭାବ, ଅସୁସ୍ଥତାଏବଂ ବାତ୍ୟାର ପ୍ରବାବରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଖାଦ୍ୟ ଅଧିକାର ଅଭୀଯାନରୁ ଆସିଥିବା ସମିର ପଣ୍ଡା ଏବଂ ସୁବାସିସ୍ ତ୍ରିପାଠୀ ଅନୁମାନ କରିଥିଲେ । ଏ ପର୍ଯ୍ୟନ୍ତ ଘଟଣାର ତଦନ୍ତ ପାଇଁ ଜିଲ୍ଲା କିମ୍ବା ବ୍ଲକ ସ୍ତରୀୟ କୈାଣସି ପ୍ରଶାସନିକ ପ୍ରତିନିଧି ଘଟଣା ସ୍ଥଳକୁ ଯାଇନଥିବା ଖବର ପାଇ ସେମାନେ ଦୁଃଖ ପ୍ରକାଶ କରିଥିଲେ । ଟିପଚିହ୍ନ ଦ୍ୱାରା ମୃତ ଯୁଗଳଙ୍କୁ ମିଳୁଥିବା ଭତା ଓ ଚାଉଳ ତାଙ୍କ ପାଖରେ ପହଁଚୁଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା ବେଳେ ଏହାର ନିରପେକ୍ଷ ତଦନ୍ତ କରାଗଲେ ଘଟଣାର ସମ୍ପର୍କରେ ଜଣାପଡିବ ବୋଲି ଗ୍ରାମବାସୀ ମାନେ କହିଥିଲେ । ଗ୍ରାମର ନିର୍ବାଚିତ ପ୍ରତିନିଧି ଅବା ଗ୍ରାମବାସୀଙ୍କ ସାମାନ୍ୟ ଚେଷ୍ଟା ହୁଏତ ଯୁଗଳଙ୍କ ମୃତ୍ୟୂକୁ ଏଡାଇ ଦେଇ ପାରିଥାନ୍ତା ! ଏଇ ସମ୍ପର୍କରେ ଶାସକ ପ୍ରଶାସକ ରେ ପ୍ରକାଶିତ ହୋଇଥିଲା ରିପୋର୍ଟ |

Leave A Reply

Your email address will not be published.