୨୮ ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜାନୁଆରୀ ୧୩ ରୁ ହେବ ଆରମ୍ଭ l

0

https://youtu.be/Xvak0bz0SFg
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବୋଡ଼ାସମ୍ବର ଅଞ୍ଚଳର ଗର୍ବ ଓ ଗୌରବ ପଦ୍ମପୁର ଆର୍. ବି ହାଇସ୍କୁଲ ପଡିଆରେ ରେ ପ୍ରତିବର୍ଷ ଭଳି ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୦୨୪ ଜାନୁଆରୀ ୧୩ ରୁ ୨୧ ପର୍ଯ୍ୟନ୍ତ ହେବାପାଇଁ ବୋଡାସମ୍ବର ସ୍ପୋଟିଙ୍ଗ ତରଫରୁ ସୂଚନା ଦିଆଯାଇଛି l ଆଜି ବୋଡାସମ୍ବର ସ୍ପୋଟିଙ୍ଗ କାର୍ଯ୍ୟାଳୟ ସଭାଗୃହ ରେ ଅନୁଷ୍ଠିତ ପ୍ରେସମିଟ ରେ ସଭାପତି ସୁନିଲ ସାହୁ, ସମ୍ପାଦକ ଭରତ ପଣ୍ଡା ଙ୍କ ସମେତ ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି, କପିଲ ଅଗ୍ରୱାଲ , ଦିପକ ଜୟପୁରିଆ,ସରଜୁ ପଟ୍ଟନାୟକ , ମନିଷ ପ୍ରଧାନ, ବିଜୟ ଦାସ , ଶଙ୍କର ସିହ୍ନା, ମହେନ୍ଦ୍ର ପଟେଲ, ଶୁଶାନ୍ତ ସାହୁ ପ୍ରମୁଖ ଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟର ପ୍ରାଥମିକ ପ୍ରକ୍ରିୟା ଘୋଷଣା ହୋଇଛି । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ଦଶ ଗୋଟି ଦଳ ଅଂଶ ଗ୍ରହଣ କରିବା ପାଇଁ ସ୍ଥିର ହୋଇଥିବା ବେଳେ ବିଜେତା ଙ୍କୁ ୭୦ ହଜାର ନଗଦ ରାଶି ସହ ବୋଡାସମ୍ବର ଟ୍ରଫି ଉପବିଜେତା ଦଳ ଙ୍କୁ ୪୦ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିବା ନେଇ ସମ୍ପାଦକ ଭରତ ପଣ୍ଡା ସୂଚନା ଦେଇଛନ୍ତି l

Leave A Reply

Your email address will not be published.