ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୧୧/୨୩: ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଡାବୁଗାଁ ବ୍ଲକ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୩୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାବେଶ ହୋଇଛି। ଆଜି ବଡି ଭୋର ରୁ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ପଡୋଶୀ ଛତିଶଗଡ,କଳାହାଣ୍ଡି ସହ ଅବିଭକ୍ତ କୋରାପୁଟ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଙ୍କ ସୁଅ ଛୁଟିଥିଲା। କେଲିଆ ବାବା ଝାଡେଶ୍ୱର ଙ୍କ ସହ ପାହାଡ ଘେରରେ ଥିବା ପାର୍ବତୀ ମନ୍ଦିର କୁ ମଧ୍ୟ ଭକ୍ତ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏଥି ନିମନ୍ତେ କେଲିଆ ମନ୍ଦିର ପରିଚାଳନା କମିଟି ତରଫରୁ ଶାନ୍ତି ଶୃଙ୍ଖଳା ରେ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବେରିକଡ ମଧ୍ୟ ଦେଇ ଧାଡିରେ ହଜାର ହଜାର ଭକ୍ତ ବାବା ଝାଡେଶ୍ୱରଙ୍କୁ ଦର୍ଶନ କରିଥିଲେ। ଡାବୁଗାଁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ଭକ୍ତଙ୍କ ନିମନ୍ତେ ଅନ୍ନ ଭୋଗ ର ବ୍ୟେବସ୍ଥା କରାଯାଇଥିଲା। ବାଣୁଆ ଗୁଡା ଯୁବକ ସଂଘ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲେ ସୁଦ୍ଧା ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ କେଲିଆ ମନ୍ଦିର ନିକଟରେ ଅପରାହ୍ନ ୩ ଘଣ୍ଟ ସମୟରେ ଟ୍ରାଫିକ ଏକ ଘଣ୍ଟା କାଳ ଜାମ ହୋଇଯାଇଥିଲା। ବହୁ ସଂଖ୍ୟାରେ ଚାରି ଚକିଆ ଯାନ, ଅଟୋ ଓ ବାଇକ୍ ରେ ଭକ୍ତ ଗଣ ଫସି ରହିଥିଲେ।ଏହି ସମୟରେ ଟ୍ରାଫିକ ହଟାଇବାକୁ ପୁଲିସ ନାକେଦମ୍ ହୋଇଥିଲେ। ଭକ୍ତଙ୍କ ମନୋରଞ୍ଜନ ପାଇଁ କଳାହାଣ୍ଡି ଜିଲ୍ଲା ଚିକିଲି ର ଭକ୍ତି ଆରାଧନା ଭଜନ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ପାପଡ଼ାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଡକ୍ଟର ଲିପିକା ମାଝୀ, ଡାବୁଗାଁ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଚଚରାଗୁଡ଼ା ସରପଞ୍ଚ ରଞ୍ଜୁ ଭତରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ପୂର୍ବତନ ଚଚରାଗୁଡ଼ା ସରପଞ୍ଚ ଧର୍ମାନନ୍ଦ ନାୟକ, ବଇଁଶିଧର ମାଝୀ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ଭଗବାନ ମହାନ୍ତି, ରାଜେଶ ଅଗ୍ରୱାଲ, ଭଗବାନ ଖୁଣ୍ଟିଆ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ କୁ ମାନେ ପକାଇ ଆଜି କାର୍ତ୍ତିକ ପୂର୍ଣ୍ଣିମା ଶେଷ ସୋମବାରରେ ଡାବୁଗାଁ ର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇ ଥିଲେ। ଡାବୁଗାଁ କେଲିଆ ଶୈବ ପୀଠ ବ୍ୟତୀତ ଡଙ୍ଗରିଗୁଡ଼ା ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ମେଦନା ରୋଡ ସ୍ଥିତ ଧବଳେଶ୍ଵର ଶିବ ମନ୍ଦିର, ବିରିଶୋଲା ଶିବ ମନ୍ଦିର, ଜୟନ୍ତିନଗର ହନୁମାନ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ରେ ମଧ୍ୟ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତ ଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post