ଜଗତସିଂହପୁର,ତା-୨୫.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତ ଭାରତରତ୍ନ ବାବା ସାହେବ ଡାଃ ଭିମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦଳିତ ବିକାଶ ପରିଷଦ ତରଫରୁ ମାଲ୍ୟାର୍ପଣ କରିବା ସହିତ ୭୩ତମ ଭାରତୀୟ ସମ୍ବିଧାନ ଦିବସ ପାଳନ କରାଯାଇଛି l ବାବା ସାହେବ ୬ ଟି ଭାଷାରେ ବ୍ୟୁପତି କରିଥିବାରୁ ସେ ଏକାଧାରାରେ ଜଣେ ଆନ୍ତର୍ଜାତୀୟ ବିଦ୍ୱାନ, ଦକ୍ଷ ଆଇନିଜ୍ଞ,ରାଜନିତିଜ୍ଞ,ଅର୍ଥନିତିଜ୍ଞ,ସମ୍ବିଧାନବିତ,ମହାନ ସମ୍ବି ସମାଜ ସଂଙ୍କାରକ ଓ ଦାର୍ଶନିକ ଥିଲେ । ତାଙ୍କୁ ଆଧୁନିକ ଭାରତର ମନୁ ବୋଲି କୁହାଯାଏ । ବାବା ସାହେବ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଥିବାବେଳେ ୧୯୪୭ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବିଧାନ ଲେଖାଆରମ୍ଭ କରି ୧୯୪୯ ମସିହା ନଭେମ୍ବର ୧୪ ତାରିଖରେ ଶେଷ କରିଥିଲେ l ଉକ୍ତ ସମ୍ବିଧାନ ଲେଖିବାକୁ ତାଙ୍କୁ ଦୀର୍ଘ ୨ ବର୍ଷ ୧୧ ମାସ ୧୭ ଦିନ ଦିନ ସମୟ ଲାଗିଥିଲା । ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ୨୬ ନଭେମ୍ବର ୧୯୪୯ ମସିହାରେ ଦେଶର ଶାସନ ବିଧି ପ୍ରଣୟନ ସମ୍ବିଧାନ ସଭାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଗୃହିତ ହୋଇଥିଲା, ଏବଂ ତାହା ୨୬ ଜାନୁୟାରୀ ୧୯୫୦ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା । ସମ୍ବିଧାନ ହେଉଛି ରାଷ୍ଟ୍ରର ସମସ୍ତ କ୍ଷମତାର ଉତ୍ସ l ଗୋଟିଏ ସ୍ୱାଧୀନ ରାଷ୍ଟ୍ର ସମ୍ବିଧାନ ଅନୁସାରେ ପରିପ୍ପଳିତ ହୁଏ । ସଂସଦ ବା ବିଧାନ ମଣ୍ଡଳ କିଭଳି ଭାବରେ ଗଠିତ ହୋଇ କେଉଁ କେଉଁ କ୍ଷମତା ଉପଭୋଗ କରିବ,କାର୍ଯ୍ୟପାଳିକା ଅନୁଷ୍ଠାନର ଗଠନ ପ୍ରଣାଳୀ ଓ କ୍ଷମତାର ପରିସର ଏବଂ ନ୍ୟାୟପାଳିକାର ସଙ୍ଗଠନ ଓ କ୍ଷମତା ସୂଚୀ ଏହି ସମ୍ବିଧାନରେ ଲିପିବଦ୍ଧ ହୋଇଅଛି । ସମ୍ବିଧାନ ହିଁ ରାଷ୍ଟ୍ରକୁ ସଙ୍ଗଠିତ ଓ ପରିଚାଳନା କରେ । ରାଷ୍ଟ୍ରୀୟ ଅନୁଷ୍ଠାନଗୁଡିକ ଗଠିତ ହୋଇ ସେମାନେ ମଧ୍ୟ ନିଜ ପାଇଁ ନିୟମାବଳୀ ପ୍ରଣୟନ କରି ନିୟମାବଳୀ ଅନୁସାରେ ପରିଚାଳନା ହୋଇ ନିଜ କର୍ତବ୍ୟ ସମ୍ପାଦନ କରୁଛନ୍ତି । ୧୯୭୯ ମସିହା ଠାରୁ ଉକ୍ତ ଦିବସକୁ “ଜାତୀୟ ଆଇନ୍ ଦିବସ” ଭାବରେ ପାଳନ ହୋଇ ଆସୁଥିଲା । ସ୍ବାଧୁନତାର ୧୮ ତମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୯ ନଭେମ୍ବର ୨୦୧୫ ମସିହାରେ ଉକ୍ତ ଦିନକୁ ଭାରତୀୟ ଜାତୀୟ “ସମ୍ବିଧାନ” ଦିବସ ରୂପେ ପାଳନ କରିବାକୁ ଗେଜେଟ୍ ନୋଟିଫିକେସନ୍ କରିଥିଲେ ଏବଂ ସେହି ଦିନଠାରୁ ଏହା ଭାରତର ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଅଛି । ତେଣୁ ଭାରତୀୟ ସମ୍ବିଧାନ ଏହି ରାଷ୍ଟ୍ର ଅକ୍ଷୟ ଓ ଅନିନଶ୍ୱର । ସେହିପରି ବାବା ସାହେବ ଡଃ ଭୀମରାଓ ରାଜାଜୀ ଆମ୍ବେଦକର ଜାତୀୟ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତି ରୂପେ ଚିରଦିନ ରହିଥିବେ ।
Sign in
Sign in
Recover your password.
A password will be e-mailed to you.
Prev Post