ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ ଉପସ୍ଥିତ ରହି ସମ୍ବିଧାନର ମହତ୍ଵ ଓ ଏହାର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ। ଏଠି ସଙ୍ଗେ ସଙ୍ଗେ କୋର୍ଟ ରେଜିଷ୍ଟ୍ରୋର୍ ତଥା ପ୍ରାଧିକରଣ ସମ୍ପାଦକ ଦାୟିତ୍ୱରେ ଥିବା ଶ୍ରୀ ସତ୍ୟବ୍ରତ ରାଣା ଏବଂ ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସମନ୍ତରାୟ ନିଜ ନିଜର ବକ୍ତବ୍ୟ ପ୍ରତିପାଦନ କରିଥିଲେ।
ଆୟୋଜିତ ଏହି ସାଧାରଣ ଆଇନ ସଚେତନତା ଶିବିରରେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସିଦ୍ଧେଶ୍ବର ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଟ ଓକିଲ ବୃନ୍ଦ ମାନେ ମଧ୍ୟ ଉପସ୍ଥିତ ରହି ସମ୍ବିଧାନ ଦିବସ ପାଳନ ଉପରେ ସଂକ୍ଷେପରେ
ଆଲୋକପାତ କରିଥିଲେ। ଆୟୋଜିତ ଏହି ଆଇନ ସଚେତନତା ଶିବିରରେ ଜିଲ୍ଲା କୋର୍ଟର ସମସ୍ତ କର୍ମଚାରୀ ଙ୍କ ସମେତ ସମସ୍ତ ଆଇନ ସଚେତନା କର୍ମୀ ଓ ପ୍ରାଧିକରଣ କର୍ମଚାରୀ ମାନଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟ କୁ ପ୍ରାଧିକରଣ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post