ଗାଙ୍ଗପୁରରେ ଅଷ୍ଟପ୍ରହରୀ ଅନୁଷ୍ଠିତ

0

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ଅଖଣ୍ଡ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି I ସୋରିଷମୂଳି ନୃସିଂହନାଥ ଆଶ୍ରମର ମହନ୍ତ ସୁଧାନନ୍ଦ ବ୍ରହ୍ମଚାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଅଷ୍ଟ ପ୍ରହରୀରେ ଗାଙ୍ଗପୁର ସମେତ ପୂରୁଣା ବୋରୀ, କୁମ୍ଭାର ସାହି, ସାନ ଦୋଡ଼ଙ୍ଗା ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିବା ବେଳେ ଗାଙ୍ଗପୁର ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ଶିଶୁ ସଂକୀର୍ତ୍ତନ ମଣ୍ଡଳୀର ନାମ ପରିବେଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା I ଏହି ଅବସରରେ ଗାଙ୍ଗପୁରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I କାର୍ଯ୍ୟକ୍ରମରେ ଗାଙ୍ଗପୁର ଗ୍ରାମବାସୀ ସହଯୋଗ କରିଥିଲେ I

Leave A Reply

Your email address will not be published.