ବେଲଗୁଣ୍ଠା :-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ – ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକଳାପର ଶୁଭାରମ୍ଭ ହୋଇଛି ।ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଓ ନୋଡାଲ ଅଫିସର ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । କ୍ରୀଡ଼ା ବିଭାଗର ସଂଯୋଜକ ଶୁଶାନ୍ତ କୁମାର ଲେଙ୍କାଙ୍କ ପ୍ରତ୍ୟକ୍ଷ ଦିଗ୍ ଦର୍ଶନରେ ଆୟୋଜିତ ବାଳକ ବିଭାଗ ଓ ବାଳିକା ବିଭାଗ କବାଡି ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଦୂର୍ଗା ଶତପଥୀ ,ସୁରେନ୍ଦ୍ର ବିଶ୍ଵାଳ , କାହ୍ନୁ ଚରଣ ବିଷୋୟୀ , ପି ଦୀପକ ରାଓ , ଗଙ୍ଗାଧର ରଣା, ଦିପୁ ଭୂୟାଁ, ପିଙ୍କି ପୋଲେ଼ଇ, ରୂପାଲି ବିଷୋୟୀ,ବଳରାମ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ସାଂସ୍କୃତିକ ବିଭାଗର ସଂଯୋଜିକା ରୁନିବାଳା ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସନ୍ତୋଷୀ ପରିଡ଼ା , ସ୍ନିଗ୍ଧା ରାଣୀ ଗୌଡ଼ , ଭାରତୀ ବିଶ୍ଵାଳ, ସ୍ୱରୂପା ରାଣୀ ବିଶ୍ଵାଳ, ସଞ୍ଜୟ ସାହୁ , ମହେଶ୍ୱର ରାଉତ , ରମେଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post