ଜିଲ୍ଲା ଗଠନ ନିମନ୍ତେ ଘୁମୁସରିଆ ସମ୍ମିଳନୀ ରାଜଧାନୀରେ

0

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା}: ଘୁମୁସର ଏହାର ସାହିତ୍ୟ, କଳା,ସଂସ୍କୃତି, ଭାସ୍କର୍ଜ୍ୟ ବିଶ୍ଵ ପ୍ରସିଦ୍ଧଲାଭ କରିଛି । ଅତୀତରେ ଘୁମୁସର, ଭଞ୍ଜ ରାଜବଂଶର ରାଜ୍ୟ ଥିଲା କିନ୍ତୁ ଆଜି ଘୁମୁସର ଜିଲ୍ଲା ଗଠନ ଦାବୀକୁ ଓଡିଶା ସରକାର ଅଣଦେଖା କରୁଛନ୍ତି ।ରାଜନୈତିକ ଇଛାଶକ୍ତି ଅଭାବ ଦ୍ଵାରା ଘୁମୁସର ଜିଲ୍ଲା ଗଠନ ହୋଇପାରୁ ନIହିଁ ବୋଲି ଘୁମୁସରିଆ ସମ୍ମିଳନୀ ଆଜି ନଭେମ୍ବର ୨୫ ତାରିଖ ୨୦୨୩ ଶନିବାର ଦିନ ଜୟଭାରତ ଭବନ,ଭୁବନେଶ୍ବରରେ ବୁଦ୍ଧିଜୀବୀ ମହଲରେ ସର୍ବ ସମ୍ମତିରେ ଉପସ୍ଥିତ ହୋଇଥିଲେ I ଏବଂ ଏଠାରେ ଏକ ବିରାଟ ସମ୍ମିଳନୀ ହୋଇଥିଲା।

ଉକ୍ତ ସମ୍ମିଳନୀକୁ ଦିଲୀପ ବିଶୋଈ, ପ୍ରାକ୍ତନ ସୂଚନା କମିସନର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ସନ୍ନମIନୀୟ ଅତିଥି ଭାବେ ମନମୋହନ ଶତପଥି, ବାଲ୍ମୀକି ପଟନାୟକ , ଶାନ୍ତନୁ କୁମାର ରଥ ଯୋଗ ଦେଇଥିଲେ। ଘୁମୁସର ବିକାଶ ପରିଷଦ ତଥା ଘୁମୁସର ଜିଲ୍ଲା କ୍ରିୟାଅନୁଷ୍ଠାନ କମିଟି ର ସଭାପତି ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ ସଭାପତିତ୍ଵ କରି ଗତ ତିନିଦଶନ୍ଧି ଧରି ଏହି ଆନ୍ଦୋଳନକୁ ଘୁମୁସର ଅଞ୍ଚଳ ବିଭିନ୍ନ ସାମାଜିକ ସିଭିଲ ସୋସାଇଟୀ ସହଯୋଗରେ ଆଜି ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଛନ୍ତି । ଯାହାକୁ ଆଜି ସବୁ ମହଲରେ ସମର୍ଥନ ମିଳିବାର ସୃଷ୍ଟି ହେଲାଣି କିନ୍ତୁ ରାଜ୍ୟ ସରକାର ଅବହେଳା କରିବାରେ ଲାଗିଛି I ଘୁମୁସର ବଡ ପର୍ବ ଦୋଳପୁର୍ଣିମାକୁ ଘୁମୁସର ମହୋତ୍ସବ କରିବା, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ଡାକ ଟିକଟ, କବିଙ୍କ ଶ୍ରେଷ୍ଟ କାବ୍ଯ ବୈଦେହିଶ ବିଳାସ ନାମରେ ବୈଦେହି ନାମରେ ଟ୍ରେନ ପ୍ରଚଳନ, ଭଞ୍ଜଜନ୍ମ ଭୂମିରେ ଭଞ୍ଜ ଙ୍କ ନାମରେ ସଙ୍ଗୀତ ମହାବିଦ୍ୟାଳୟ ନିର୍ମାଣ ଓ ରଙ୍ଗମଂଚ, କୁଲାଡ ଥିବା ପ୍ରସିଦ୍ଧ ଦ୍ୱୟ ମା ବ୍ୟଘ୍ର ଦେବୀପୀଠ ରେ ପାହାଡକୁ ଯିବା ନିମିତ୍ତ ରୋପ୍ ଉଏ, ଭଞ୍ଜଙ୍କ ସମସ୍ତ କାବ୍ୟ କବିତାକୁ ସରକାର ନିଜେ ମୁଦ୍ରଣ କରିବା, ଘୁମୁସର ଥିବା ସମସ୍ତ ପ୍ରାଚୀନ ମନ୍ଦିରକୁ ୫ଟି ରେ ରୂପାନ୍ତରୀ କରଣ, ସ୍ଵତନ୍ତ୍ର ପାଠଗାର ନିର୍ମାଣ, ଚକରା ବିଶୋଈ ନାମରେ ଶାରୀରିକ ଆଖଡା ନିର୍ମାଣ, ଘୁମୁସର ଇତିହାସ ସ୍ମାରିକ ନିମିତ୍ତ ଏକ ସଂଗ୍ରହାଳୟ ଓ ସମସ୍ତ ସରକାରୀ ପାଠ୍ୟଖସଡାରେ ଘୁମୁସର ଇତିହାସ ଓ ଭଞ୍ଜଙ୍କ କାବ୍ୟ କବିତା ସ୍ଥାନୀତ କରିବା ଆଦି ପୂରଣ ପାଇଁ ଓ ସରକାର ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ଓ ପ୍ରାଶାସନ କୁ ଦ୍ଵାର ମୁଁହଁରେ ପହଞ୍ଚାଇବ ପାଇଁ ଗଞ୍ଜାମ ଜିଲ୍ଲାଥିବା ଓଡିଶାର ସବୁଠୁ ବଡ ଭଞ୍ଜନଗର ରାଜସ୍ୱ ଉପଖଣ୍ଡକୁ ଘୁମୁସର ଜିଲ୍ଲା ନିର୍ମାଣ କଲେ ସମ୍ଭବପର ହୋଇପାରିବ ବୋଲି ମତପ୍ରକାଶ ପାଇଛି I ଏହି ସବୁଦାବୀ ଅଚିରେ ପୂରଣ ନହେଲେ ଜନ ଅସନ୍ତୋଷ ତୀବ୍ରହେବ ଓ ଏହା ଏକ ଜନ ଆନ୍ଦୋଳନ ପରିଣତହେବ ଏଥି ପାଇଁ ସରକାର ଦାୟୀ ରହିବେ I ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ସମ୍ପIଦକ ପ୍ରକାଶ ଚନ୍ଦ୍ରସାହୁ ଧନବାଦ୍ୟ ପ୍ରଦାନ କରିଥିଲେ ବହୁ ମIନ୍ୟଗଣ୍ୟ ଭୁବନେଶ୍ବର ରହୁଥିବା ବରିଷ୍ଟ ସମାଜସେବୀ ଅକ୍ଷୟ ପଟନାୟକ , ସିମାଞ୍ଚଳ,ସୁଦାମ, ତାରିଣୀ, ଗୋପାଳ, ଅରୁଣ ଓ ଶତାଧିକ ଘୁମୁସରିଆ ଅଂଶଗ୍ରହଣ କରି ଥିଲେ I ଘୁମୁସର ଜିଲ୍ଲା ତୁରନ୍ତ ଦାବୀ କରିବା ସରକାର ପାଖରେ ଦାବୀ ରଖାଯାଇ ଅଛି ଓ ଆନ୍ଦୋଳନ ପଲ୍ଲିରୁ ଦିଲ୍ଲୀ ନେବା ପାଇଁ ବ୍ୟାପକ ଯୋଜନା ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଅଛି I ବର୍ତମାନ ଘୁମୁସର ବିକାଶ ପରିଷଦ ଏକ ଶାଖା ଡିସେମ୍ବର ଦିତୀୟ ଶନିବାର ଖୋଲିବା ଓ ବୈଠକ ଡାକିବା ପାଇଁ ନିଷ୍ପତି ନିଆ ଯାଇଅଛି I

Leave A Reply

Your email address will not be published.