ପଦ୍ମପୁର:- ରାଜ୍ୟ ସରକାରଙ୍କ ତରଫରୁ ପଦ୍ମପୁର ବ୍ଳକ କନସିଂହା ପଞ୍ଚାୟତ ଅଧିନସ୍ଥ ନୁଆଁପାଲି ରୁ ବଇଦପାଲି କୁ ସଂଯୋଗ କରୁଥିବା ରାସ୍ତା ବ୍ରିଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେବା ପରେ ଆଜି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ମଣ୍ଡଳ ବଲାଙ୍ଗିର କାଳିନ୍ଦୀ ଚନ୍ଦ୍ର ସେଠୀ, ପଦ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାର ମହାନ୍ତି, ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଶିବାଜୀ ପ୍ରଧାନ,ଗ୍ରାମ୍ୟ ନିର୍ମାଣ ବିଭାଗ ପଦ୍ମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ତାପସ ରଞ୍ଜନ ଲେଙ୍କା,ଗ୍ରାମ୍ୟ ନିର୍ମାଣ ବିଭାଗ ମେଲଚ୍ଛାମୁଣ୍ଡା କନିଷ୍ଠ ଯନ୍ତ୍ରୀ ପରମେଶ୍ୱର ମାଝୀ କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି l ଏହି ବ୍ରିଜ ନିର୍ମାଣ ହେଲେ ଉଭୟ ବଇଦପାଲି ଓ ନୁଆଁପାଲି ଗ୍ରାମବାସୀଙ୍କ ବହୁଦିନର ଆଶା ପୂରଣ ହେବା ସହିତ ଉପକୃତ ହୋଇପାରିବେ l
Sign in
Sign in
Recover your password.
A password will be e-mailed to you.
Prev Post