ବାସୁଦେବପୁର – ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ର ଆୟୋଜନ ରେ ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ପକ୍ଷରୁ ବାସୁଦେବପୁର ରେ ତାରିଣୀ ଛକ କାଳୀ ମଣ୍ଡପ ଆଗ ରେ ଏଡ଼ସ ସଚେତନତା ର ପ୍ରଦର୍ଶନୀ ର ଉଦ୍ଘାଟନ ହୋଇ ଯାଇଛି। ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ ବିଭାଗ ର ଡାକ୍ତର ମନୋଜ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ପକ୍ଷ ରୁ ପ୍ରୋଜେକ୍ଟ ମ୍ୟାନେଜର ମନୋଜ ବାରିକ୍, ସର୍ବେଶ୍ଵର ମହାନ୍ତି, ବଳରାମ ପାତ୍ର, ଲକ୍ଷ୍ମୀ ବେହେରା, ନମିତା ବଳ, ତାପସ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଥିଲେ। ଏହି ଷ୍ଟଲ ରେ ଏଚ ଆଇ ଭି, ଏଡ଼ସ ଉପରେ ଲୋକ ମାନଙ୍କ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ ସହ ଲିଫଲେଟ୍ ବଣ୍ଟନ ର ବ୍ୟବସ୍ଥା ରହିଛି ବୋଲି ଜଣା ପଡିଛି। ଏହି କାର୍ଯ୍ୟ କର୍ମ ତିନି ଦିନ ଧରି ଚାଲିବ ବୋଲି ଜଣା ପଡିଛି।
Sign in
Sign in
Recover your password.
A password will be e-mailed to you.