(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ବର୍ଷକ ଭିତରେ କାର୍ତ୍ତିକ ମାସ ହେଉଛି ଧର୍ମ ର ମାସ | କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ରେ ପ୍ରତେକ ଲୋକମାନେ ବୃନ୍ଦାବତୀ ଙ୍କ ଆଗରେ ମୁରୁଜ ପକାଇଥାନ୍ତି | ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପଦ୍ମବନ ପୀଠ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଜେ.ବି.ଏମ କମ୍ପ୍ୟୁଟର ଏଜୁକେସନ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଏକ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରତିଯୋଗିତା ରେ ଛାତ୍ରୀ ଶାଶ୍ଵତୀ ପ୍ରିୟଦର୍ଶିନୀ ମିଶ୍ର, ଦିବ୍ୟଜ୍ୟୋତି ନାଏକ, ମୋନାଲିସା ଦାସ,ସସ୍ମିତା ପାତ୍ର, କାଦମ୍ବିନୀ ଭୋଇ ,ପ୍ରିୟଙ୍କା ପ୍ରିୟଦର୍ଶିନି ମଲ୍ଲ, ଅଙ୍କିତା ପରିଡ଼ା,ସୀମା ଦାସ, ମୋନାଲିସା ଦାସ, ମନୋରମା ମାହାଳି ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଜେ.ବି.ଏମ କମ୍ପ୍ୟୁଟର ଏଜୁକେସନର ଅଧ୍ୟକ୍ଷ ଜାନକୀ ବଲ୍ଲଭ ମହାନ୍ତି ଏବଂ ନେମାଳ ଗ୍ରାମପଞ୍ଚାୟତର ସମିତିସଭ୍ୟା ବିଶେନ୍ଧୁ ମହାରଣା,ବନ୍ଧୂପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶଶିକାନ୍ତ ମହାନ୍ତି, ସମାଜସେବୀ ସୁଶାନ୍ତ କୁମାର ସାହୁ, ବିଭୂତି ଭୂଷଣ ପୁଝାରୀ,ସାମ୍ବାଦିକ ରତ୍ନାକର ବାରିକ, ନିର୍ମଳ ପଢ଼ିୟାରି, ଅମିୟ କୁମାର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ଦାସ, କ୍ଷମାନିଧି ପୁଝାରୀ ପ୍ରମୁଖ ଯୋଗଦେଇଥିଲେ |
ଉକ୍ତ ପ୍ରତିଯୋଗିତା ରେ ଛାତ୍ରୀ ଅଙ୍କିତା ପରିଡ଼ା ଏବଂ କାଦମ୍ବିନୀ ଭୋଇ ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଯୁଗ୍ମ ଭାବରେ ଦ୍ୱିତୀୟ ସ୍ଥାନରେ ପ୍ରିୟଙ୍କା ପ୍ରିୟଦର୍ଶିନି ମଲ୍ଲ ଓ ଦିବ୍ୟଜ୍ୟୋତି ନାଏକ ଏବଂ ତୃତୀୟ ସ୍ଥାନରେ ସସ୍ମିତା ପାତ୍ର ଓ ମୋନାଲିସା ଦାସ ବିଜୟୀ ହୋଇଥିଲେ l ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳବସୀ ଏବଂ ଭକ୍ତବୃନ୍ଦ ମାନେ ପ୍ରଶଂସା କରିଥିଲେ l
Sign in
Sign in
Recover your password.
A password will be e-mailed to you.