ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନକୁ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରକ୍ତ ସଂଗ୍ରହ ଭ୍ୟାନ ପ୍ରଦାନ କରାଯାଇଛି। ଏହି ଅବସରରେ ଆଜି ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ନାୟକ ରକ୍ତ ସଂଗ୍ରହ ଭ୍ୟାନର କାଗଜ ପତ୍ର ସହିତ ସମସ୍ତ ଦସ୍ତାବିଜ୍ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହି ଭ୍ୟାନ୍ କୁ ଶୁଭ ଉଦଘାଟନ କରିଥିଲେ।
ଏହି ରକ୍ତ ସଂଗ୍ରହ ଭ୍ୟାନ ମାଧ୍ୟମରେ ଜିଲ୍ଲାର ଇଛୁକ ଥିବା ବ୍ୟକ୍ତି କିମ୍ବା ବିଭିନ୍ନ କଲେଜ ଓ ସଂଗଠନର ସଂସ୍ଥା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇପାରିବ। ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରଖାଯିବା ସହିତ ରକ୍ତର ଆବଶ୍ୟକତା ରହିଥିବା ଜନସାଧାରଣଙ୍କୁ ପ୍ରଦାନ କରାଯିବ। ରକ୍ତ ଦେବାକୁ ଇଛୁକ ଥିବା ବ୍ୟକ୍ତି ବିଶେଷ ହେଲ୍ଫ ଲାଇନ୍ ନମ୍ବର ୦୬୮୧୫୨୨୨୭୮୭ ଏହି ନମ୍ବର କୁ ଯୋଗାଯୋଗ କରିପାରିବେ।
ଆଗାମୀ ଦିନରେ ଅଧିକ ନୂତନ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ସହ ରକ୍ତ ସହ ରୋଗୀଙ୍କୁ ଉତ୍ତମ ବ୍ୟବହାର ସହିତ ଉତ୍ତମ ଚିକିତ୍ସା ସୁବିଧା ଦେବାକୁ ସମସ୍ତ ଅତିଥି ଗଣ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି , ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତ , ଫାଉଣ୍ଡେସନ୍ , ଆଇସିଆଇସିଆଇ ବ୍ୟାଙ୍କ , ଡ଼ା.ମହେନ୍ଦ୍ର ଭୂୟାଁ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଗଜପତି , ଡ଼ା. ପ୍ରମୋଦ କୁମାର ପଣ୍ଡା , ଜିଲ୍ଲା ଚିକିତ୍ସା ଅଧିକାରୀ ଗଜପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post