ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ରେ ଅଧକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବ ରେ ଯୁକ୍ତ ଦୁଇ ଏବଂ ଯୁକ୍ତ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପ୍ରତିୋଗିତାମୂଳକ କାର୍ଯ୍ୟକ୍ରମ ର ଆୟୋଜନ ହୋଇଅଛି। ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ। ଦ୍ଵିତୀୟ ଦିନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ଝୁଣ୍ଟି, ଚିତ୍ରାଙ୍କନ, ବ୍ୟଙ୍ଗ ଚିତ୍ର, ଥେମାଟିକ ଆର୍ଟ, ଏବଂ କ୍ଷୁଦ୍ର ଗଳ୍ପ ପ୍ରସ୍ତୁତି ପ୍ରତିଯୋଗିତା ରେ ଯଥା କ୍ରମେ ୬୦ ଏବଂ ୮୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ମହାବିଦ୍ୟାଳୟ ର ଅଧ୍ୟାପକ-ଅଧ୍ୟାପିକା, ତଥା ଶ୍ରୀଯୁକ୍ତ ଅଶୋକ ବହିଦାର , ଦେବଦତ୍ତ ଜଗନ୍ନାଥ ସେଠ୍, ଯଦୁମଣି ନାୟକ, ଅମୂଲ୍ୟ ସିକନ୍ଦର, ଗିରଧାରି ସାହୁ ଏଵଂ ମାନେ ବିଚାରକ ଭାବରେ ଯୋଗ ଦେଇଥିଲେ। ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଶ୍ରୀ ଲଳିତ ମୋହନ ପଣ୍ଡା, ଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ଡ଼ଃ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରଭାତ ମହାପାତ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ସଞ୍ଜୟ ଟିଗା, ପ୍ରମୋଦ କୁମାର ପାଣିଗ୍ରାହୀ, ମୋନାଲିସା ସ୍ୱାଇଁ, ଡ଼ଃ ସନ୍ଧ୍ୟାରାଣୀ କୁଅଁର ଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.