ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଶ୍ରୀମତୀ ଲିସା ବେହେରା , ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଲକ୍ଷ୍ମୀ ନାରାୟଣ ଶବର , ଅଧ୍ୟକ୍ଷ , ଆର.ଉଦୟଗିରି , ଶ୍ରୀମତୀ ବାଲା ସାୟାମା , ଅଧ୍ୟକ୍ଷା , କାଶୀନଗର , ଶ୍ରୀମତୀ ସୁନେମି ମଣ୍ଡଳ , ଅଧ୍ୟକ୍ଷା , ଗୁମ୍ମା , ଶ୍ରୀମତୀ ପୂର୍ଣ୍ଣବାସି ନାୟକ , ଅଧ୍ୟକ୍ଷା , ରାୟଗଡ଼, ଶ୍ରୀ ସଂଗ୍ରାମ ପରମଗୁରୁ , ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ବ୍ରହ୍ମପୁର , ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ , ଜଳ ଛାୟା ଗଜପତି , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଗଜପତି ଓ ଡା.ଧର୍ମାନନ୍ଦ ମହାନ୍ତି , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ।
ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାରେ ଅଧିକ ଜଳାଶୟ ଥିବାରୁ ମାଛ ଚାଷ କରିବା ପାଇଁ ବହୁତ ଉପଯୋଗୀ ରହିଛି। ମାଛ ଏକ ଲାଭ ଜନକ ଚାଷ ଏଥି ନିମନ୍ତେ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଏଣୁ ଗଜପତି ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀମାନେ ଅଧିକରୁ ଅଧିକ ମାଛ ଚାଷ କରି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ମାଛ ଚାଷ କରି ଚାଷୀ ମାନେ କମ ଦିନ ମଧ୍ୟର ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ଦିବସରେ ମାଛ ଚାଷ ଓ ଜାଆଁଳା ଉତ୍ପାଦନ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଦତିରେ କିପରି ଚାଷ କରିପାରିବ ସେଥି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀମାନେ ଚାଷୀ ଭାଇ ଭଉଣୀମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ଜିଲ୍ଲାର ତିନି ଜଣ ସଫଳ ମାଛ ଚାଷୀଙ୍କୁ ବିଭାଗ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ନାରାୟଣ ମହାପାତ୍ର , ପାରଳା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ରମାକାନ୍ତ ରଣା , ଜିଲ୍ଲା କୃଷି ଅଧିକାରୀ ସମେତ ସମସ୍ତ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ , ଚାଷୀ , ଉଦ୍ୟୋଗୀ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି , ଅତିରିକ୍ତ ମତ୍ସ୍ୟ ଅଧିକାରୀ ରାୟଗଡ଼ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.