ବରଗଡ:-ବରଗଡ଼ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ଭାବେ ସାରା ରାଜ୍ୟରେ ବେଶ ପରିଚିତ। ଅନ୍ୟ ଉକ୍ତି ରେ କହିବା କୁ ଗଲେ ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବରେ ପରିଚିତ । ସାରା ରାଜ୍ୟରେ ଉତ୍ପାଦିତ ଧାନ ଓ ଧାନ ରୁ ଚାଉଳ , ବିଶେଷ କରି ବୋଡାସମ୍ବର ଅଞ୍ଚଳରେ ଉତ୍ପାଦିତ ହେଉଥିବା ଚାଉଳର ସ୍ୱାଦ ବେଶ ଉଚ୍ଚକୋଟୀର ।ଏଠାରେ ଧାନ ଚାଷ ସମୟରେ ଖୁବ୍ କମ ପରିମାଣର ସାର ଔଷଧ ପ୍ରୟୋଗ କରାଯାଇଥାଏ ।ତେଣୁ ଏଠାର ଉତ୍ପାଦିତ ଚାଉଳ ର ସ୍ୱାଦ ଅତ୍ୟନ୍ତ ଋଚିକର ହୋଇଥାଏ ।ରାଜ୍ୟ ସରକାର ଚାଷୀଙ୍କ ଗୋଟିଏ ବର୍ଷର ହାଡ଼ଭଙ୍ଗା ପରିଶ୍ରମର ଉପାର୍ଜିତ ଅମଳ ଧାନକୁ ଉଚିତ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରୟ କରିବାପାଇଁ ସାରା ଜିଲ୍ଲାରେ ପେକ୍ସ ମାଧ୍ୟମ ରେ ସରକାରୀ ମଣ୍ଡିର ବ୍ୟବସ୍ଥା କରିଛନ୍ତି।ଏହି ଅବସରରେ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଜାମସେଠ ଠାରେ ମାଁ ପ୍ରିୟଦର୍ଶିନୀ ସ୍ୱୟଂ ସହାୟକ ଗୋଷ୍ଠୀର ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଚଳିତ ବର୍ଷର ଧାନ ମଣ୍ଡି ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା ।ଉଦଘାଟନ ସମୟରେ ବିଜୁ ଯୁବ ଜନତାଦଳ ପାଇକମାଲ ବ୍ଳକ ସଭାପତି ଗୌତମ ସିଂ, ସିଡିପିଓ ଅନିତା ପାଣିଗ୍ରାହୀ,ଦୈତାରୀ ବିଜୁ ଜନତା ଦଳ ପାଇକମାଲ ବ୍ଳକ ସଭାପତି ରାଜେନ୍ଦ୍ର ରାଉତ, ସ୍ଥାନୀୟ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ,ଦୈତାରୀ ବେହେରା ଓ ମିଶନ ଶକ୍ତି ର ମାଆଙ୍କ ସମେତ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହି ଭଳି ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିଗାଁ ଠାରେ ମଧ୍ୟ ମାନ୍ୟବର ବିଧାୟିକା ଙ୍କ ଦ୍ଵାରା ଏକ ମଣ୍ଡି ର ଉଦ୍ଘାଟନ କରାଯାଇଛି ।
ସେହିଭଳି ପାଇକମାଲ ପେକ୍ସ ଅଧିନ ରେ ଥିବା ପାଇକମାଲ ମଣ୍ଡି ର ଉଦ୍ଘାଟନ ଆଜି ପେକ୍ସ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କର ଦ୍ୱାରା , ସମ୍ପାଦକ ରମେଶ ସାହୁ ଙ୍କର ଉପସ୍ଥିତି ରେ ହୋଇ ଯାଇଛି ।