ବିଜେପୁରରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ପଦ୍ମପୁର /ବିଜେପୁର :- ବିଜେପୁର ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ପରିପ୍ରେକ୍ଷୀରେ କ୍ରୀଡା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି l ଦୀର୍ଘ ସାତଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଅଛି l ନୋଡାଲ ଅଫିସର ପ୍ରାଧ୍ୟାପକ ଯୋଗେଶ ଭୋଇ ଓ ଅଧ୍ୟାପକ ଅମୁଲ୍ୟନିଧି ପଧାନଙ୍କ ତତ୍ୱାବଧାନରେ କ୍ରୀଡାକାର୍ଯ୍ୟକ୍ରମ ପରିଚାଳିତ ହେଉଅଛି l ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆନ୍ତଃ ଶ୍ରେଣୀ କ୍ରିକେଟ ମ୍ୟାଚ ଉଭୟ ଛାତ୍ରଛାତ୍ରୀମାନଙ୍କର କରାଯାଇଅଛି l ଝିଅମାନଙ୍କର ଟିମ ମେନେଜର ଝରଣା ମହାକୁଡ଼, ଅନୁକମ୍ପା ପଧାନ,ପ୍ରତୀକ୍ଷା ସେଠ, ପୂଜା ପଧାନ, ସନ୍ତୋଷିନୀ ପଧାନ, ଓ ପୁଅମାନଙ୍କର ଟିମ ମେନେଜର ପଦ୍ମଲୋଚନ ଷାଣ୍ଢ, ମୁକୁନ୍ଦ କର, ଅମୁଲ୍ୟନିଧିପଧାନ, ତଥା ସାନନ୍ଦ ସେଠ,ରବିକାନ୍ତ ମହାନନ୍ଦ ମାନସ କୁମାର ଗଡତିଆ,ସୁଦର୍ଶନ ମେହେର ପ୍ରମୁଖ ଆମ୍ପୟାର ଭାବରେ ଖେଳର ନିଷ୍ପତି ନେଉଥିଲେ l ରନ ସ୍କୋରର ଭାବରେ ଅଧ୍ୟାପକ ଡ ଦିନେଶ ଅଗ୍ରୱାଲା ଏବଂ ଅଧ୍ୟାପକ ରମେଶ ସାହୁ ଦାୟିତ୍ୱ ନିର୍ବାହ କରୁଥିଲେ l କ୍ରୀଡା ବିଭାଗର ଉପସଭାପତି ଡ. ଚିନ୍ମୟ ସାହୁ ଓ ସନ୍ତୋଷିନୀ ପଧାନ ସହ କ୍ରୀଡା ପ୍ରତିନିଧି ଆଲୋକ ସାହୁ, ସମୀର ଭୋଇ,ପୀତବାସ ସାହୁ ଉସସୀ ମେହେର, କୈଳାସ ମେହେର, ଅମର ଜାଲ ସହଯୋଗ କରିଥିଲେ l

Leave A Reply

Your email address will not be published.