ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମାଁ ଶ୍ୟାମାକାଳୀ ମନ୍ଦିରରେ ଦୀପାବଳି ଠାରୁ ମାଁ ଙ୍କ ପୂଜାର୍ଚ୍ଚନା ଧୂମଧାମରେ ଚାଲିଛି।
ଏହି ପୂଜା ଦୀପାବଳି ଠାରୁ ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ହୋଇଥାଏ। ପ୍ରତ୍ୟେକ ଦିନ ହୋମ ଯଜ୍ଞ ସାଙ୍ଗକୁ ସନ୍ଧ୍ୟାରେ ମାଆଙ୍କ ଆଳତୀ ଦର୍ଶନ ସକାସେ ବହୁ ଭକ୍ତଙ୍କ ସମାବେଶ ହୋଇଥାଏ।
ଭକ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ଏବଂ ସନ୍ଧ୍ୟାରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି।
ଏହି ଅବସରରେ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର କୁନିକୁନି ପିଲା ମାନେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post