(ଭୁବନେଶ୍ୱର-ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିବା ସହିତ ଓଡ଼ିଶାର ଅଗ୍ରଗତି ଏବଂ ବିକାଶ ନିମନ୍ତେ ଆଲୋଚନା କରିଛନ୍ତି l ସୂଚନାଥାଉକି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ନବନିଯୁକ୍ତ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ ଜଣାଇବା ସହିତ ସମଗ୍ର ଓଡିଶାର ବିକାଶ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ l ଏପରିକି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି କି ନବନିଯୁକ୍ତ ରାଜ୍ୟପାଳ ଶ୍ରୀଯୁକ୍ତ ଦାସ ଜଣେ ଉଚ୍ଚକୋଟିର ମହାନ ସଫଳ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ କାର୍ଯ୍ୟଧାରାରେ ସମଗ୍ର ଓଡ଼ିଶାର ବିକାଶ ଧାରା ଆହୁରି ଅଗ୍ରଗତି ହୋଇପାରିବ ଏହାହିଁ ମୋର ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ କାମନା l