ଛାତ୍ରମାନଙ୍କ ଦ୍ୱାରା ୧୫ତମ ଗୁରୁପୂଜନ ମହୋତ୍ସବ ପାଳିତ

0

ଜଗତସିଂହପୁର,ତା-୧୬.୧୧.୨୦୨୩/ସୁମନ୍ତ କୁମାର ଦାସ: ଗାୟକ ବନମାଳୀ ପତି ମହୋଦୟଙ୍କର ଗୁରୁପୂଜନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଚଳିତବର୍ଷ ତା-୧୩.୧୧.୨୦୨୩ ରିଖଠାରୁ ତା-୧୫.୧୧.୨୦୨୩ରିଖ ପର୍ଯ୍ୟନ୍ତ ମା ଖଣ୍ଡୁଆଳୀଙ୍କ ନିକଟରେ ସତ୍ୟବ୍ରତ କର, ବେଣୁଧର ଷଢଙ୍ଗୀ ନାରାୟଣୀ ମିଶ୍ରଙ୍କ ଦ୍ୱାରା ପାଲା ପରିବେଷଣ ହୋଇଥିଲା l ଶେଷ ରାତ୍ରରେ ପତି ମହୋଦୟଙ୍କ ଛାତ୍ରମାନଙ୍କଦ୍ୱାରା ୧୫ତମ ଗୁରୁପୂଜନ କରାଯାଇଥିଲା l ଏହି ଗୁରୁପୂଜନ ସଭାରେ ସଭାପତି ବସନ୍ତ ଶତପଥି, ମୁଖ୍ୟବକ୍ତା ମାଧବା ନନ୍ଦ ପତି, ମୁଖ୍ୟ ଅତିଥି ସୁକାନ୍ତି ପ୍ରଧାନ ଓ ଦୁଷ୍ମନ୍ତ ବେହେରା ଯୋଗଦେଇ ସଭା ମଣ୍ଡିତ କରିଥିଲେ l ଛାତ୍ରମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ପାତ୍ର, ନାରାୟଣୀ ମିଶ୍ର ଜଗତଜୀବନ ଆଚାର୍ଯ୍ୟ, ବେଣୁଧର ଷଢଙ୍ଗୀ, ରବିନାରାୟଣ ପତି, ରଂଜିତ ଦାସ, ଶାନ୍ତିଲତା ସାହୁ ଗୋଲାପ ମୁଦୁଲି, ସୁବଳ ବେହେରା, ରଜତ ମୁଦୁଲି, ଦମ୍ବୁରୁଧର ଦାସ ପ୍ରମୁଖ ଛାତ୍ର ଉପସ୍ଥିତ ରହି ଗୁରୁ ପୂଜନ କରିଥିଲେ l ସଭା ଶେଷରେ ପ୍ରଦ୍ୟୁମ୍ନ ପାତ୍ର ଏହି କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କଲେ l

Leave A Reply

Your email address will not be published.