ଫିତା କଟା ନେତାଙ୍କୁ ଚିଟାକଟା ଜିଲ୍ଲା ପ୍ରଶାସନ !!!!

0

(ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ) : ସାମୁଦ୍ରିକ ଝଡ ତିତିଲି ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜସ୍ୱ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଦ୍ୱୟ ଙ୍କ ସମେତ ରିଲିଫ କମିଶନର ଶ୍ରୀ ସେଠୀ ଗୁଣପୁର ଅଞ୍ଚଳ ପରିଦର୍ଶନ କରି ଚାଲିଯାଇଥିବା ପରେ ମନ୍ତ୍ରୀ ଏବଂ ରିଲିଫ କମିଶନର ବହୁଳ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଗସ୍ତ କରିନଥିବା ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେଉନଥିବା ସାଧାରଣ ରେ ଅଭିଯୋଗ ହେବାରୁ ଗତକାଲି ରାୟଗଡ଼ା ଜିଲ୍ଳା ପରିଷଦ ଅଧ୍ୟକ୍ଷ ଡାଃ. ପୁରୁଷୋତ୍ତମ ଗମାଙ୍ଗ ଗୁଣପୁର ଉପଖଣ୍ଡ ର ଭାରସିଂ, ଗାଦିଆଖଳା, ଉକୁମ୍ବା, ଭାମିନି ଏବଂ ସେରମା ର କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି।

ଏହି ଅଞ୍ଚଳର କ୍ଷତିଗ୍ରସ୍ତ ଚାଷିଙ୍କ ସହ ଆଲୋଚନା କରି ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଏନେଇ ବିଧିବଦ୍ଧ ପତ୍ର ପ୍ରେରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।/ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଙ୍କ ପରିଦର୍ଶନ ପରେ କ୍ଷତିଗ୍ରସ୍ତ ଚାଷୀକୂଳ ମଧ୍ୟରେ କ୍ଷତିପୂରଣ ପାଇବାର ଆଶା ସଞ୍ଚାର ହୋଇଛି।

ଚିନାସାରି, କୁଲୁସିଂ, ଜଲତାର, ଟଲଣା, ପୂଟାସିଂ, ଶାଗଡା, ଆବାଡା, ଘନାନ୍ତ୍ରୀ ଏହି ୮ ଗୋଟି ଗ୍ରାମ ପଞ୍ଚାୟତ ର ୫୩ ଗୋଟି ଲାଞ୍ଜିଆ ସଉରା ଆଦିବାସୀ (ଅନଗ୍ରସର ଜାତି) ବହୁଳ ଗ୍ରାମର କାଜୁ , ଧାନ ଓ କପା ଚାଷୀ ଙ୍କ କ୍ଷୟକ୍ଷତି ର ଆକଳନ ହୋଇପାରିନଥିବା ରୁ ଚାଷୀ କୂଳ ମଧ୍ୟରେ ହତାଶ ଓ ନୈରାଶ୍ୟ ଦେଖା ଦେଇଥିବା ବେଳେ ସାମୁଦ୍ରିକ ଝଡ ତିତିଲି ସରିବାର ଦୀର୍ଘ ୫ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ନ ମିଳିଥିବା ସ୍ଥଳେ ୮ ଗୋଟି ପଞ୍ଚାୟତ ରେ ପିଇବା ପାଣି ର ସୁବିଧା ନାହିଁ କି ବିଦ୍ୟୁତ ବିଭାଗ ର ଏଥି ପ୍ରତି ନିଘା ନଥିବା ସରକାର ଆଦିବାସୀ ଙ୍କ ନିମନ୍ତେ ପ୍ରସ୍ତାବିତ ସମସ୍ତ ସୁବିଧା କରାଇଦେବା ନୀତି ଏଠି ପ୍ରଶ୍ନ ପାଲଟିଛି ।

ଯାଥା ଶୀଘ୍ର ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତି ର ଆକଳନ କରି କ୍ଷତିପୂରଣ ଦେବା ଲାଗି ରାୟଗଡ଼ା ଜିଲ୍ଳା ବିକାଶ ପରିଷଦ ର ଜିଲ୍ଲା ଆବାହକ ଜେମସ୍ ଶବର ଦାବି କରିଛନ୍ତି ।

Leave A Reply

Your email address will not be published.